ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ : ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର : ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୯ ହଜାର ୮୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ୪୬୮୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୩୫୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ ଜଣ କୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୩୧ ଜଣ, ସୁନ୍ଦରଗଡ଼ରୁ ୧୧୩୭ ଜଣ, କଟକରୁ ୭୯୦ ଜଣ, ବରଗଡ଼ରୁ ୪୮୩ ଜଣ, ସମ୍ବଲପୁରରୁ ୪୭୦ ଜଣ, ଅନୁଗୁଳରୁ ୪୪୩ ଜଣ,ପୁରୀରୁ ୪୩୬ ଜଣ, କଳାହାଣ୍ଡି ଓ ନବରଙ୍ଗପୁରର ଜିଲ୍ଲାରୁ ୪୧୪ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩୮୬ ଜଣ, ନୂଆପଡ଼ାରୁ ୩୩୫ ଜଣ,ବଲାଙ୍ଗୀରୁ ୩୨୬ ଜଣ, ଗଞ୍ଜାମରୁ ୩୧୦ ଜଣ, ଯାଜପୁରରୁ ୨୮୨ ଜଣ, ମୟୂଭଞ୍ଜରୁ ୨୪୩ ଜଣ,ନୟାଗଡ଼ାରୁ ୨୨୩ ଜଣ,କେନ୍ଦୁଝରୁ ୧୯୫ ଜଣ, ସୋନପୁରରୁ ୧୫୮ ଜଣ,ଜଗତସିଂହପୁରରୁ ୧୫୬ ଜଣ,ବାଲେଶ୍ବରୁ ୧୫୧ ଜଣ, କେନ୍ଦ୍ରାପଡ଼ାରୁ ୧୩୩ ଜଣ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାରୁ ୧୨୯ ଜଣ ଲେଖାଏଁ ,ଗଜପତିରୁ ୧୧୭ ଜଣ, ଢ଼େଙ୍କାନାଳରୁ ୯୦ ଜଣ, କୋରରାପୁଟରୁ ୯୪ ଜଣ, ମାଲକାନଗିରିରୁ ୮୬ ଜଣ,ଦେବଗଡ଼ରୁ ୭୫ ଜଣ, ଭଦ୍ରକ ଓ କନ୍ଧମାଳର ଜିଲ୍ଲାରୁ ୫୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More