ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ନୂଆ ୮୮ଜଣ କରୋନା ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨କୁ ବୃଦ୍ଧି
ଭୁବନେଶ୍ୱର : ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରୁ ଆଉ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଥିବା ନୂଆ ସଂକ୍ରାମିତଙ୍କ ମଧ୍ୟରୁ ୫୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨କୁ ବଢ଼ିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।