ଆଜି ରାଜ୍ୟରେ ନୂଆ ୮୨୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ : ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ ଜଣ କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ଥମୁନି ସଂକ୍ରମଣ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାରୁ ୮ ହଜାର ୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୬୮୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୩୫୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ ଜଣ କୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।