ବଦଳିଲେ ୮ ରାଜ୍ୟର ରାଜ୍ୟପାଳ

0

ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ୮ ରାଜ୍ୟର ରାଜ୍ୟପାଳ ବଦଳିଛନ୍ତି । ନିଯୁକ୍ତ ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ, ମିଜୋରାମ,ମଧ୍ୟପ୍ରଦେଶ,ହିମାଚଳ ପ୍ରଦେଶ, ଝାଡଖଣ୍ଡ, ତ୍ରିପୁରା, ହରିୟାଣା ଓ ଗୋଆର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ସୂଚନ ଅନୁଯାୟୀ ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ । ସେହିଭଳି ହରି ବାବୁ କମଭାମପତିଙ୍କୁ ମିଜୋରାମ, ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଅନ୍ୟପଟେ ମିଜୋରାମର ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ,ହରିୟାଣାର ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ, ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡ, ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More