ପ୍ରଥମ ଦିନରେ ୧୩ ହଜାର ୭୪୬ ଜଣଙ୍କୁ ଟିକା ପ୍ରଦାନ

0

ଭୁବନେଶ୍ୱର : ଗତକାଲି ସାରା ଦେଶରେ ସର୍ବବୃହତ ଟିକାକରଣ ଅଭିଯାନର ଶୁଭାରମ୍ଭ ହୋଇଥିଲା । ସମଗ୍ର ଦେଶ ସହ ଓଡ଼ିଶାରେ ଆରମ୍ଭ ହେଲା ଟିକାକରଣ ପ୍ରକ୍ରିୟା । ରାଜ୍ୟର ୧୬୧ କେନ୍ଦ୍ରରେ ଟିକା ନେଲେ ସ୍ବାସ୍ଥ୍ୟକର୍ମୀ । ସକାଳ ସାଢ଼େ ୧୦ଟାରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଥିଲା ପ୍ରଥମ ଟିକା । ଟିକାକରଣର ପ୍ରଥମ ଦିନ ସୁଦ୍ଧା ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଛି । ୧୩ ହଜାର ୭୪୬ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ପ୍ରଥମ ଦିନରେ ସାରା ଦେଶରେ ୧, ୯୧, ୧୮୧ ଜଣ ଲୋକ କରୋନା ଟିକା ନେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More