ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ : ଆଜି ରାଜ୍ୟରେ ଆଉ ନୂଆ ୭୨୦ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଆଉ ନୂଆ ୭୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୯୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ ଜଣ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଇତି ମଧ୍ୟରେ ଜଣାପଡିଛି ଯେ ଖୋର୍ଦ୍ଧା ଓ କଟକକୁ ଛାଡ଼ି ବାକି ସବୁ ଜିଲ୍ଲା ଗ୍ରୀନ ହୋଇ ସାରିଛି ।
ନୂଆ ୭୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭୯ ଜଣ, କଟକରୁ ୯୧ ଜଣ,ଜଗତସିଂହପୁରରୁ ୩୩ ଜଣ, ମୟୂରଭଞ୍ଜରୁ ୨୯ ଜଣ,ଯାଜପୁରରୁ ୨୮ ଜଣ, ଭଦ୍ରକରୁ ୨୨ ଜଣ, ବାଲେଶ୍ବରରୁ ୧୯ ଜଣ,ନୟାଗଡ଼ରୁ ୧୮ ଜଣ,ପୁରୀରୁ ୧୬ ଜଣ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରୁ ୧୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୨ ଜଣ,କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ଲେଖାଏଁ, କନ୍ଧମାଳରୁ ୯ ଜଣ,ରାୟଗଡ଼ାରୁ ୮ ଜଣ,ସମ୍ବଲପୁରରୁ ୬ ଜଣ, ଦେବଗଡ଼, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଳାରୁ ୫ ଜଣ ଲେଖାଏଁ,ବଲାଙ୍ଗୀର ଓ ମାଲକାନଗିିରି ଜିଳ୍ଲାରୁ ୪ ଜଣ ଲେଖାଏଁ,ଝାରସୁଗୁଡ଼ା,କୋରାପୁଟ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ,ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More