କମୁଛି ସଂକ୍ରମଣ – ବଢୁଛି ମୃତ୍ୟୁ ସଂଖ୍ୟା : ଆଜି ରାଜ୍ୟରେ ୨୨୮୨ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ୬୫ ଜଣଙ୍କର ମୃତ୍ୟୁ ଘଟିଛି
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ . ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ହଜାର ୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧୫ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୬୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ ଜଣ ବୃଦ୍ଧି ପାଇଛି । ସେହିପରି ୬୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୯୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।