ମଶାଧୂପ ନେଲା ୬ ଜୀବନ

0

ମଶାଧୂପ ଲଗାଇ ରାତିରେ ଶୋଇଥିବା ବେଳେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଶ, ଜଣେ ମହିଳା ଓ ଛୋଟ ଶିଶୁ ଅଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳର ଏହି ପରିବାର ମଶା ଦାଉରୁ ରକ୍ଷା ପାଇଁ ରାତିରେ ମଶାଧୂପ ଲଗାଇ ରାତିରେ ଶୋଇଥିଲେ। ମଶାଧୂପ ନିଆଁରେ ତକିଆ ଜଳି ଯାଇଥିଲା। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମଶାଧୂପରୁ ନିର୍ଗତ କାର୍ବନ ମନୋକ୍ସାଇଡ୍‌କୁ ପ୍ରଶ୍ୱାସରେ ରାତି ସାରା ନେବା ପରେ ଶ୍ୱାସରୁଦ୍ଧ ଯୋଗୁ ଏଭଳି ଘଟିଥିବା ଜଣାପଡ଼ିଛି ।

ପରିବାର ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More