ଦରଦାମ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

0

ଭୁବନେଶ୍ୱର : ଦେଶ ତାଟହ ରାଜ୍ୟରେ ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସ୍‌ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁହୁ ହୋଇ ବଢିଚାଲିଛି I ଏହି ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌ ଓ ଫରୱାର୍ଡ ବ୍ଲକ୍‌ ଏହି ଡାକରା ଦେଇଛନ୍ତି । ଏଥିପାଇଁ ଜାତୀୟ ରାଜପଥ ୧୬ ଅବରୋଧ କରିଛନ୍ତି ବାମପନ୍ଥୀ ଦଳ । ସକାଳ ୬ଟାରୁ ମାଧ୍ୟାନ ୧୨ ତା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦଳ I ଦୋକାନ, ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ କଂଗ୍ରେସ ବି ଏହି ବନ୍ଦକୁ ସମର୍ଥନ କରିଛି । ଦଳ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଓ ସାଇକେଲ ଯାତ୍ରା ହେବ । ଦରବୃଦ୍ଧିର ପ୍ରତିବାଦରେ ଦିନଟିଏ ପାଇଁ ଲୋକେ ପେଟ୍ରୋଲ, ଡିଜେଲ ନ କିଣିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଏଣୁ ପେଟ୍ରୋଲ ଓ ଡିଜେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ଟିକସ୍‌ ତତ୍କାଳ କମାଇବାକୁ ବାମପନ୍ଥୀ ଦଳ ପକ୍ଷରୁ ଦାବିକରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More