5-T ସମଗ୍ର ରାଜ୍ୟକୁ ସଚେତନ କରିଛି : ସୌମ୍ୟରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ I ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିବୃତି । ବିଗତ ବର୍ଷର ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ରାଜ୍ୟପାଳ ଅଭିଭାଷଣ ରଖିଥାନ୍ତି । ଗତ ୫ ବର୍ଷ ର କାର୍ଯ୍ୟକ୍ରମକୁ ନେଇ ଓଡ଼ିଶା ଜନତା ଆମ ଦଳକୁ ଧନ୍ୟବାଦ ଦେଇସାରିଛନ୍ତି । ସବୁ ସରକାର ନିଜକୁ ପାରଙ୍ଗମ କହିବାରେ ଅସ୍ବାଭାବିକତା କିଛି ନାହିଁ । ବର୍ତ୍ତମାନ ସମଗ୍ର ଦେଶରେ ମାନ୍ଦାବସ୍ଥା ପ୍ରଭାବ ବିସ୍ତାର କରିଥିବା ବେଳେ ଯେଉଁ ସରକାର ବିପରୀତ ଭାବରେ ଅଭିବୃଦ୍ଧି କରିପାରିଛି, ସେ ଧନ୍ୟବାଦର ପାତ୍ର । ଯଦି କିଏ କହୁଛି ଦାରିଦ୍ର୍ୟ ଦୂରୀକରଣ ଓ ଅନାହାର ମୃତ୍ୟୁ ଦୂର କରିବା ଉଚିତ୍ ନୁହେଁ ତେବେ କିଛି କହିବାର ନାହିଁ । ଆମେ ଏଠି ଘର କିଏ ଦେଲା ତାକୁ ନେଇ କଳି କରୁଛେ କିନ୍ତୁ ଘର ଯିଏ ଦେଉଛି ଦେଉ ଓଡ଼ିଆ ମୁଣ୍ଡ ଉପରେ ଛାତ ରହୁ । ମୋ ସରକାର ଓ ୫ଟିକୁ ପରିହାସ କରୁଛନ୍ତି । କିନ୍ତୁ ମୁଁ ଭାବୁଛି ଏହା ଆମର ସଫଳତା । ୫ଟି କିଛି କରୁ କି ନକରୁ ସମଗ୍ର ରାଜ୍ୟରେ ସଚେତନତା ସୃଷ୍ଟି କରିଛି । ସରକାର ଠାରୁ ଉତ୍ତରଦାୟିତ୍ୱ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛି । ଜଗନ୍ନାଥଙ୍କ ସହ ଅନ୍ୟ ଧର୍ମପୀଠର ଉନ୍ନତି କରଣ କରାଯାଇଛି । ସଂଖ୍ୟାଲଘୁଙ୍କ ଧାର୍ମିକ ଭାବନାକୁ ମଧ୍ୟ ସମ୍ମାନ ଦିଆଯାଇଛି । ନୀଳମାଧବ କ୍ଷେତ୍ରକୁ ମଧ୍ୟ ଅନୁବାଦ ଦିଆଯାଉ । କାରଣ ଆଦିକ୍ଷେତ୍ରର ଉନ୍ନତି ବିନା ଶ୍ରୀକ୍ଷେତ୍ରର ଉନ୍ନତି ଅସମ୍ଭବ । ୨୪ କ୍ୟାରେଟ ସୁନାରେ ଗହଣା ହୋଇପାରେନି । ସେହିପରି କିଛି କ୍ଷେତ୍ରରେ ଆମେ ପଛେଇ ଯାଇଛୁ । ଯାହାକୁ କହି ବିରୋଧୀ ଖୁସି ହେଉଛନ୍ତି । ଆଗକୁ ଆମ ଅର୍ଥନୀତି ଖରାପ ସମୟ ଦେଇ ଗତି କରିବ ବୋଲି ଅର୍ଥ କମିଶନଙ୍କ ରିପୋର୍ଟ ଦର୍ଶାଉଛି । ତେଣୁ ଅପବ୍ୟୟ ରୋକାଯାଉ । ଦାଦନ ଆମର ବିଚାର ବିଭ୍ରାଟ ସୃଷ୍ଟି କରୁଛି । ସରକାର ରକ୍ତ ପରୀକ୍ଷା କିଟ୍ ପାଇଁ ବ୍ୟୟ କରନ୍ତୁ । ଯାହା ଫଳରେ ରକ୍ତ ବିକ୍ରିର ଅଭିଯୋଗ ଆସିବ ନାହିଁ । ଓଡ଼ିଶା ପରି ପଛୁଆ ରାଜ୍ୟରେ ସାଇବର ଅପରାଧ ବଢ଼ିଯାଇଛି । ତେଣୁ ପ୍ରତି ଜିଲ୍ଲାରେ ସାଇବର ଥାନା କରିବାରେ ସରକାର କାର୍ପଣ୍ୟ କରିବା କଥା ନୁହେଁ । ରାଜ୍ୟ ଉନ୍ନତିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ରହୁ । ବିରୋଧୀ ଯେଉଁଠାରେ ଅଧିକ ଖାଦ ଦେଖୁଛନ୍ତି ସେଠାରେ ଦୃଷ୍ଟି ଆକର୍ଷଣ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସେ ନିଶ୍ଚିତ ପଦକ୍ଷେପ ନେବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More