କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷପ : ୨୨ ରୁ ୨୯ ତାରିଖ ଯାଏଁ ୫ଟି ଜିଲ୍ଲା ଓ ୮ସହର ସମ୍ପୂର୍ଣ ଲକଡାଉନ

0

ଭୁବନେଶ୍ୱର : କରୋନା ପାଇଁ ରାଜ୍ୟସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି I ଲୋକମାନେ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି I ଆବଶ୍ୟକ ନଥିଲେ ଘରୁ ନବାହରିବା ପାଇଁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଅପିଲ କଇଛନ୍ତି I ରାଜ୍ୟର ୫ଟି ଜିଲ୍ଲା ଓ ୮ସହର କୁ ଲକଡାଉନ କରିଛନ୍ତି ରାଜ୍ୟସରାକାର I ଏହାର ଅର୍ଥ ହେଉଛି କୌଣସି ଜରୁରୀ କାମ ନଥିଲେ ଆପଣ ଘରୁ ବାହାରି ପାରିବେ ନାହିଁ I ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଧ୍ୟ ଏହି ନିୟମ ଳାଗୁ ହେବ । ୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ।
ଲକ୍ ଡ଼ାଉନରେ ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ । ଲକ୍ ଡାଉନ ସମୟରେ ବସ୍, ଟ୍ରେନ,ବିମାନସେବା, ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଓ ମେଡ଼ିସିନ ଦୋକାନ ଖୋଲା ରହିବ । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ଖୋଲା ରହିବ । ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ । ମ୍ୟୁନିସପାଲଟିସେବା, ପୋଲିସ, ଅଗ୍ନିଶମ ସେବା ଜାରି ରହିବ । ପାନୀୟ ଜଳ ଓ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ । ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପରିବାର ଓ ବନ୍ଧୁ ମାନଙ୍କ ମଙ୍ଗଳ ପାଇଁ ଘରେ ରହିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ଯିଏ କଟକଣା ଭାଙ୍ଗିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More