ପୁରୀ ରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି I ଏମାନେ ସମସ୍ତେ ପୁରୀ ଜିଲ୍ଲାର । ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣ ପୁରୀ ଟାଉନ୍‌ର ହୋଇଥିବା ବେଳେ ଜଣେ କୋଣାର୍କ ଆଉ ଜଣେ ଗୋପର ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି । ୩ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା କଏଦୀ । ତେବେ ଅଭିଯୁକ୍ତ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ସମଗ୍ର ଜିଲ୍ଲା ପାଇଁ ଚିନ୍ତା ବଢାଇଛି । ସମ୍ପୃକ୍ତ ଅଭିଯୁକ୍ତ ତଥା ଆକ୍ରାନ୍ତ ଜଣକ କୁମ୍ଭାରପଡା ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ ଏସପି କହିଛନ୍ତି । ଏହାକୁ ମିଶାଇ ପୁରୀରେ ୨୯ ଜଣ ଚିହ୍ନଟ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More