ଗ୍ରାହକଙ୍କ ପାଇଁ ହୋଇପାରେ ଅଡୁଆ, ଆଗକୁ ୩ ଦିନ ବ୍ୟାଙ୍କ୍ ଛୁଟି

0

ବ୍ୟାଙ୍କରେ କିଛି ଟଙ୍କା କାରବାର କରିବାର ଅଛି କି । କିମ୍ବା ଏଟିଏମରୁ କିଛି ମୋଟା ଅଙ୍କର ଟଙ୍କା ଉଠାଣ କରିବାର ଅଛି କି । ଯଦି ସେଭଳି କିଛି ଯୋଜନା ଥାଏ ତେବେ ଗ୍ରାହକଙ୍କ ପାଇଁ ଏକ ଭଲ ପରାମର୍ଶ, ଦୟାକରି ଚଳିତ ସପ୍ତାହର ଶେଷ ଆଡକୁ ଏହି ଆର୍ଥିକ କାରବାରକୁ ରଖନ୍ତୁ ନାହିଁ । ଆପଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଆଗକୁ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ଛୁଟି ରହିବ । କାରଣ ଶୁକ୍ରବାର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ । ସେହି ଦିନ ନାସନାଲ୍ ହୋଲିଡେ ଭାବେ ବ୍ୟାଙ୍କ୍ ଛୁଟି । ତାର ପରଦିନ ଅର୍ଥାତ୍ ଶନିବାର ଚଳିତ ମାସର ୪ ର୍ଥ ଶିନିବାର, ତେଣୁ ବ୍ୟାଙ୍କ୍ କାରବାର ବନ୍ଦା ଏହା ପରଦିନ ରବିବାର । ଅର୍ଥାତ୍ ରବିବାର ତ ବ୍ୟାଙ୍କ୍ କାରବାର ବନ୍ଦ ରହିଥାଏ । ଏହିଭଳି ଭାବେ ଜାନୁଆରୀ ମାସ ଶେଷ ଆଡକୁ ବ୍ୟାଙ୍କ୍ କାରବାର ୩ ଦିନ ପାଇଁ ବନ୍ଦ ରହିବା ସେଥିପାଇଁ ସମସ୍ତ ବ୍ୟାଙ୍କ ସେବା କିମ୍ବା ଏଟିଏମ୍ ଗ୍ରାହକ ଆଗୁଆ ସତର୍କ ହୋଇ ଆର୍ଥିକ କାରବାର କରିନିଅନ୍ତୁ । ନଚେତ୍ ଆବଶ୍ୟକ ବେଳେ ଆପଣଙ୍କୁ ବ୍ୟାଙ୍କ୍ ଯାଇ ମନ ଦୁଃଖରେ ଫେରିବାକୁ ପଡିବ । ତେବେ ଏହି ସମୟରେ ଇଣ୍ଟରନେଟ୍ ଓ ଏଟିଏମ୍ ସେବା ଚାଲୁ ରହିବ । ସେପଟେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ଛୁଟି ରହୁଥିବାରୁ ବ୍ୟାଙ୍କ କର୍ମଚାରୀ ବେଶ୍ ଖୁସ୍ । ଅତିକମରେ ପରିବାର ସହିତ ଖୁସିରେ ଛୁଟି ମନାଇହେବ ବୋଲି କିଛି ବ୍ୟାଙ୍କ କର୍ମଚାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More