ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ଦ୍ୱିତୀୟ ଟେଷ୍ଟ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଭାରତ ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଇଂଲଣ୍ଡ ଦଳ ୨୦୧୮ ପ୍ରଦର୍ଶନକୁ ଦୋହରାଇବାକୁ ଯୋଜନା କରୁଛି । ପ୍ରଥମ ଟେଷ୍ଟ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ଚମତ୍କାର ବୋଲିଂ ପରେ ଭାରତ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା । ହେଲେ ପଞ୍ଚମ ତଥା ଅନ୍ତିମ ଦିବସ ଖେଳକୁ ବର୍ଷା ପୂରା ଧୋଇନେବାରୁ ଏକ ନିଶ୍ଚିତ ବିଜୟ ସୁଯୋଗ ଭାରତ ହାତରୁ ଖସିଯାଇଥିଲା। ମ୍ୟାଚ୍ ଅମୀମାଂସିତ ରହିବା ବିରାଟ କୋହଲିଙ୍କ ଦଳକୁ ନିରାଶ କରିଥିଲା । ଏପରିସ୍ଥଳେ ଲର୍ଡସ ଟେଷ୍ଟ୍କୁ ଓହ୍ଲାଇବାକୁ ଯାଉଥିବା ଭାରତ ବିଶେଷକରି ବ୍ୟାଟିଂରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । ଏହି ମ୍ୟାଚ୍ରୁ ଭାରତୀୟ ପେସ୍ ବୋଲର ସାର୍ଦ୍ଦୁଳ ଠାକୁର ବାଦ୍ ପଡ଼ିଥିବା ବେଳେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍ଙ୍କ ଖେଳିବା ନେଇ ସନ୍ଦେହ ରହିଛି ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ୍/ଇଶାନ୍ତ ଶର୍ମା, ଯଶ୍ପ୍ରୀତ୍ ବୁମ୍ରା, ମହମ୍ମଦ ସାମି, ମହମ୍ମଦ ସିରାଜ ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ରୋରି ବର୍ନସ, ଡମ୍ ଶିବ୍ଲେ, ହାସିବ ହମିଦ୍, ଜୋ ରୁଟ୍ (ଅଧିନାୟକ), ଜନି ବେୟାରଷ୍ଟୋ, ଜୋସ୍ ବଟଲର୍, ମୋଇନ୍ ଅଲ୍ଲୀ, ସାମ୍ କରନ, ଓଲି ରବିନ୍ସନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍/ସାକିବ୍ ମହମୁଦ୍।