ଆଜି ରାଜ୍ୟର ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ରାଜ୍ୟର ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୮୨ଜଣଙ୍କ ମଧ୍ୟରେ ୨୫୬ ଜଣ କ୍ୱାରଣ୍ଟାଇନ ସେଣ୍ଟରରୁ ଓ ଅନ୍ୟ ୨୬ଜଣ ଲୋକାଲ କେଶ ବୋଲି ଜଣାପଡିଛି । ଏହି ନୂଆ ୨୮୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି I ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଜଣ , ଗଞ୍ଜାମରୁ ୭୫ ଜଣ , ଖୋର୍ଦ୍ଧାରୁ ୨୬ଜଣ , ଝାରସୁଗୁଡ଼ାରୁ ୨୩ଜଣ, କନ୍ଧମାଳରୁ ୧୭ଜଣ, ସମ୍ବଲପୁରରୁ ୧୩ଜଣ, ଜଗତସିଂହପୁରରୁ ୧୧ଜଣ, ପୁରୀରୁ ୯ଜଣ, ଯାଜପୁରରୁ ୬ଜଣ, ମୟୁରଭଞ୍ଜରୁ ୬ଜଣ, କଟକରୁ ୪ଜଣ, ବାଲେଶ୍ୱରରୁ ୩ଜଣ ଏବଂ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More