ବାପ ଶ୍ରମିକ ପୁଅ ବୈଜ୍ଞାନିକ !

0

ମଣିଷ ଜୀବନର ଏକମାତ୍ର ସଫଳତାର ଚାବିକାଠି ହେଉଛି,ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ । ଯଦି ମଣିଷର ଦୃଢ ଇଛାଶକ୍ତି ଥାଏ ,ତେବେ ଅର୍ଥ କେବେ ବାଧକ ସାଜେ ନାହିଁ । ଆଉ ଏ କଥାକୁ ପ୍ରମାଣିତ କରିଛନ୍ତି ମଥୁରାର ଜଣେ ୨୪ ବର୍ଷିୟ କୃଷ୍ଣ ଗୋପାଳ । ତେବେ, ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋରେ ବୈଜ୍ଞାନିକ ହେବା ସହିତ ଗୋପାଳ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଆସନ୍ତୁ ଜାଣିବା କିଛି କଥା ଗେପାଳଙ୍କ ବିଷୟରେ । ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ ୨୪ ବର୍ଷିୟ କୃଷ୍ଣ ଗୋପାଳଙ୍କ ଘର । ସେ ଏକ ମଧ୍ୟବିତ୍ତି ପରିବାର । ଫେବୃଆରୀ ୨୦୧୭ରେ ଗୋପାଳ ସ୍କଲାରସିପ କାହାଯ୍ୟରେ ଇସ୍ରୋର ବୈଜ୍ଞାନିକ ପଦ ପାଇଁ ପରୀକ୍ଷା ଦେଇଥିଲା । ତିନି ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଥିଲେ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋରେ ବୈଜ୍ଞାନିକ ଭାବେ ଚୟନ ହେବା ପରେ ଗୋପାଳ ରହୁଥିବା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । କିନ୍ତୁ, ଏହି ସଫଳତା ପାଇବା ପାଇଁ ଗୋପାଳଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଅର୍ଥାଭାବ ଯୋଗୁଁ ଗୋପାଳ ସରକାରୀ ସ୍କଲାରସିପ ଉପରେ ନିର୍ଭର କରୁଥିଲେ । କିନ୍ତୁ , ପୁଅର ଏହି ସମସ୍ୟାକୁ ତାଙ୍କ ବାପା ପୂରନ ସିଂହ ଦୂର କରିଥିଲେ । ମଥୁରାର ରିଫାଇନାରୀ ଅଞ୍ଚଳରେ ଏକ ୱେଲଡିଙ୍ଗ୍ ଶ୍ରମିକ ଭାବେ କାମ କରୁଥିବା ପୂରନ ସିଂ ପୁଅର ପାଠପଢା ଖର୍ଚ୍ଚ ପାଇଁ ଦିନରାତି ଏକ କରିଦେଇଥିଲେ । ଯାହାର ଫଳସୂରୁପ,ତାଙ୍କୁ ଆଜି ମିଳିଛି ବୋଲି ପୂରନ ସିଂ କହିଛନ୍ତି । ଏହା ସହ ସେ ଏକଥା ମଧ୍ୟ କହିଛନ୍ତି ଯେ,ତାଙ୍କ ପୁଅର ଛୋଟ ବେଳେ ରକେଟ ଉଡାଇବାର ସ୍ୱପ୍ନ ଥିଲା । ଯାହା ଆଜି ପୂରଣ ହୋଇଛି । ଛୋଟ ବେଳେ ସ୍କୁଲ ପାଠପଢା ସମାପ୍ତ କରିଥିବା ବେଳେ ମେକାନିକାଲ ଇଞ୍ଜନୟରିଙ୍ଗରେ ବି ଟେକ ପାଠପଢା ସମାପ୍ତ କରିଥିଲେ ଗୋପାଳ । ଏହା ପରେ ଗୋପାଳ ଇସ୍ରୋର ବୈଜ୍ଞାନିକ ଭାବେ କାମ କରିବା ପାଇଁ ସ୍କଲାରସିପ ଦେଇଥିଲେ । ଆଉ ସେ ତାଙ୍କର ଏହି ସ୍ୱପ୍ନକୁ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଥିଲେ । ଆକାଶରେ ରକେଟ ଉଡାଇବା ତାଙ୍କର ଏକମାତ୍ର ସ୍ୱପ୍ନ ଥଲା । ଯାହା ତାଙ୍କୁ ପୂରଣ କରିବାରେ ଗୋପାଳ ସଫଳ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More