ଭୁବନେଶ୍ୱର : 2019-20 ଆର୍ଥିକ ବର୍ଷରେ 2000 ଚେକ ଡ୍ୟାମ ନିର୍ମାଣ ହେବାର ଲକ୍ଷ୍ୟ ରଖାଯାଇଛି । ଯାହା ପାଇଁ 333.84 କୋଟି ବ୍ୟାୟ ବରାଦ ହୋଇଛି । ଗତ ଫେବୃଆରୀ ସୁଦ୍ଧା 302.23 କୋଟି ବ୍ୟୟ ସରିଛି । ବାକି 31.61 କୋଟି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି । ଏହା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଥିବାରୁ, UC ପାଇଁ ବ୍ୟବସ୍ଥା ନାହିଁ ।
ଚଳିତ ବର୍ଷ 1087ଟି ଚେକ ଡ୍ୟାମ କାମ ଚାଲିଛି । 367ଟି ର କାମ ସରିଛି । 720ର କାମ ଚାଲିଛି । ଏଥିରେ 5490 ହେକ୍ଟର ଜମି ଜଳ ସେଚିତ କରିବାର ଯୋଜନା ଅଛି । 2010-11ରୁ ଆଜି ଯାଏ 14588 ଚେକ ଡ୍ୟାମ କାମ ସରିଛି । 1 ଲକ୍ଷ 47 ହଜାର ଜମି ଜଳ ସେଚିତ ହୋଇଛି । କୌଣସି ଚେକ ଡ୍ୟାମ ଅଚଳ ହେବାର ସୂଚନା ନାହିଁ ।
ଚେକ ଡ୍ୟାମର ଭାଙ୍ଗିବା ନେଇ ପରୋକ୍ଷରେ କୃଷି ଓ SC ST ବିକାଶ ବିଭାଗକୁ ଟାର୍ଗେଟ କଲେ ଜଳ ସମ୍ପଦ ମନ୍ତ୍ରୀ । ଏକା ଜଳ ସମ୍ପଦ ବିଭାଗ ଚେକ ଡ୍ୟାମ କରେନି । କୃଷି ଓ SC ST ବିକାଶ ବିଭାଗ ବି କରେ । ହେଲେ ଜଳ ସମ୍ପଦ ବିଭାଗ ଅଧୀନରେ ହୋଇଥିବା ଚେକ ଡ୍ୟାମ ଭାଙ୍ଗି ନାହିଁ ବୋଲି ଜଳ ସମ୍ପଦ ମନ୍ତ୍ରୀ ଗୃହରେ କହିଲେ ।
ବାଚସ୍ପତିଙ୍କ ନିର୍ଦେଶ, ଚେକ ଡ୍ୟାମର ତାଲିକା ସଭ୍ୟମାନଙ୍କୁ ଦିଅ । ସବୁ ଅଂଚଳରେ ଚେକ ଡ୍ୟାମର ସମାନ ସମସ୍ୟା ଓ ଉଦବେଗ ରହିଛି । ତାଲିକା ପାଇବା ପରେ ସଭ୍ୟମାନେ ଲିଖିତ ଆକାରରେ ଜଣାଇବେ । ସେହି ଆଧାରରେ ଜଳ ସମ୍ପଦ ମନ୍ତ୍ରୀ ସମୀକ୍ଷା କରି ପଦକ୍ଷେପ ନେବେ I