ପ୍ରଥମ T-20 ରେ ବାଂଲାଦେଶଠୁ ହାରିଲା ଭାରତ : ୭ ୱିକେଟରେ ଜିତିଲା ବାଂଲାଦେଶ

0

ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । ଏହି ବିଜୟ ସହ ଭାରତ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଜିତି ନେଇଛି । ଟି-୨୦ ଇତିହାସରେ ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ବିଜୟ । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୪୮ ରନ ସଂଗ୍ରହ କରିଥିଲା I ଭାରତ ଦ୍ଵାରା ଧାର୍ୟ୍ୟ ୧୪୯ ରନ ବିଜୟ ଲକ୍ଷ୍ୟକୁ ଦଳ ୩ ଓ୍ଵିକେଟ୍ ହରାଇ ୧୯.୩ ଓଭରରେ ହାସଲ କରି ନେଇଛି । ଏହା ପୂର୍ବରୁ ଭାରତ ବିପକ୍ଷରେ ବାଂଲାଦେଶ ୮ଟି ଟି-୨୦ ଖେଳି ପ୍ରତିଥର ପରାଜିତ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More