ଆମ ରାଜ୍ୟରେ ବିଭିର୍ନ କୋର୍ଟରେ ୧୫ଲକ୍ଷ କେସ ବର୍ତମାନ ବିଚାରାଧୀନ ରହିଛି : ଗତକାଲି ଵିଧାନସଭାରେ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା

0

ଆମ ରାଜ୍ୟରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୫ଲକ୍ଷ ୬୫ହଜାର କେସ ବିଚାରପାଇଁ ପଡ଼ିରହିଛି I ସେଥିମଧ୍ୟରେ ଓଡିଶା ହାଇକୋର୍ଟରେ ୧ଲକ୍ଷ ୫୦ହଜାର ୯୩୮ଟି କେସ ବିଚାରାଧୀନ ଅଛି I ବିଧାୟକଙ୍କର ଲିଖିତ ଉତ୍ତରରେ ଗତକାଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା ପ୍ରକାଶ କରିଛନ୍ତି I କେବଳ ସେତିକି ନିଁହେଁ ୨୧ହଜାର ୬ଶହ ୫୯ଟି କେସ ୧୦ରୁ ୨୦ବର୍ଷ ଧରି ବିଚାରପାଇଁ ପଡିରହିଛି I ଆହୁରି ଏକ ଦୁର୍ଭାଗ୍ୟର ବିଷୟ ଯେ, ୩ହଜାର ୭ଶହ ୯୬ଟି କେସ ୨୦ବର୍ଷରୁ ଅଧିକ କାଳ ହାଇକୋର୍ଟରେ ବିଚାରପାଇଁ ପଡ଼ିରହିଛି I
ମନ୍ତ୍ରୀ ପୁନର୍ବାର କହିଛନ୍ତି ଯେ, ହାଇକୋର୍ଟର ୧୪ଟି ଜଜ ପଦବୀ ବର୍ତମାନ ସୁଦ୍ଧା ଖାଲି ପଡିଛି I ସେଥିମଧ୍ୟରେ ୨୫ଟି ଜିଲ୍ଲା ଜଜ, ୩୪ଟି ସିନିଅର ସିଭିଲ ଜଜ ଓ ୮୯ଟି ସିଭିଲ ଜଜ ପଦବୀ ଖାଲି ରହିଛି I ଏଠି ପ୍ରଶ୍ନ ଉଠୁଛି ବିନା ଦୋଷରେ ଦୀର୍ଘ ବର୍ଷ ଧରି ବିଚାର ଅପେକ୍ଷାରେ କଏଦୀ ନହୋଇ ଜେଲ ଭୋଗୁଥିବା ସାଧାରଣ ଲୋକଙ୍କ ବିଷୟରେ ବୁଝିବାକୁ ଏ ରାଜ୍ୟରେ କେହି ନାହାନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More