ଆଜି ରାଜ୍ୟରେ ୨୪ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୩୭୪ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ କୁ ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ୧୩୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୬୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୮ ହଜାର ୧୮୨କୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
୨୯ ଜିଲ୍ଳାରୁ ଚିନ୍ହଟ ହୋଇଥିବା ୧୩୭୪ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫ଜଣ, ଖୋର୍ଦ୍ଧାରୁ ୧୯୩ ଜଣ, ନୂଆପଡ଼ାରୁ ୧୩୫ ଜଣ, ସମ୍ବଲପୁରରୁ ୭୭ ଜଣ, ବରଗଡ଼ରୁ ୫୯ ଜଣ,ଝାରସୁଗୁଡ଼ାରୁ ୫୨ ଜଣ, କଟକରୁ ୫୧ ଜଣ, ରାୟଗଡ଼ାରୁ ୪୭ ଜଣ, କଳହାଣ୍ଡିରୁ ୪୫ଜଣ, ପୁରୀରୁ ୪୪ ଜଣ, ଅନୁଗୁଳରୁ ୩୩ ଜଣ, ଭଦ୍ରକରୁ ୩୦ ଜଣ, ମୟୂରଭଞ୍ଜରୁ ୨୯ ଜଣ, ଯାଜପୁରରୁ ୨୫ ଜଣ, ଗଞ୍ଜାମରୁ ୨୦ ଜଣ, ବାଲେଶ୍ବରରୁ ୧୭ ଜଣ,ନୟାଗଡ଼ରୁ ୧୩ ଜଣ, ବଲାଙ୍ଗୀରରୁ ୧୨ ଜଣ, ଜଗତସିଂହପୁରରୁ ୯ ଜଣ,ଦେବଗଡ଼, ଗଜପତି ଓ କୋରାପୁଟ ଜିଲ୍ଲାରୁ ୮ ଜଣ ଲେଖାଏଁ, ​ଢ଼େଙ୍କାନାଳରୁ ୫ ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କନ୍ଧମାଳରୁ ୩ ଜଣ, ବୌଦ୍ଧରୁ ୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More