ଆଜି ରାଜ୍ୟରେ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ଆଉ ଜଣଙ୍କର ମୁଣ୍ଡ ନେଲା ମହାମାରୀ କରୋନା : ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ଏବଂ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୧୨୪ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟରୁ ୬ଜଣ, ଖୋର୍ଦ୍ଧାରୁ ୨୨ଜଣ, ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, ଗଜପତିରୁ ୭ଜଣ, ମୟୂରଭଞ୍ଜରୁ ୨୨ଜଣ, କଟକ ୨୩ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ ୩ଜଣ, ଭଦ୍ରକରୁ ୪ଜଣ, କେନ୍ଦୁଝରରୁ ୨ଜଣ, କନ୍ଧମାଳରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ସୁନ୍ଦରଗଡ଼ରୁ ୭ଜଣ, ସୋନପୁରରୁ ଜଣେ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନା ଆକ୍ରାନ୍ତରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More