ଆଜି ରାଜ୍ୟରେ ୧୨ ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି

0

ଭୁବନେଶ୍ୱର : ପୁଣି ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ I ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାରୁ ୧୨ ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୬୫୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୦୯ ଜଣ, କଟକରୁ ୧୦୭୩ ଜଣ,ଅନୁଗୁଳରୁ ୮୭୪ ଜଣ, ସୁନ୍ଦରଗଡ଼ରୁ ୮୪୮ ଜଣ,କଳାହାଣ୍ଡିରୁ ୬୬୮ ଜଣ,ମୟୂରଭଞ୍ଜରୁ ୫୮୬ ଜଣ,ବାଲେଶ୍ବରରୁ ୫୦୮ ଜଣ, ଢ଼େଙ୍କାନାଳରୁ ୪୮୨ ଜଣ, ପୁରୀରୁ ୪୭୨ ଜଣ, ବରଗଡ଼ରୁ ୪୬୧ ଜଣ, ସମ୍ବଲପୁରରୁ ୩୫୫ ଜଣ,ଝାରସୁଗୁଡ଼ାରୁ ୩୯୯ ଜଣ,ବୌଦ୍ଧରୁ ୩୪୭ ଜଣ, ନବରଙ୍ଗପୁରରୁ ୩୪୪ ଜଣ,ଗଞ୍ଜାମରୁ ୩୪୦ ଜଣ, ଯାଜପୁରରୁ ୩୩୭ ଜଣ, ନୟାଗଡ଼ରୁ ୩୩୧ ଜଣ,କୋରାପୁଟରୁ ୨୭୨ ଜଣ,ବଲାଙ୍ଗୀରୁ ୨୭୪ ଜଣ, ରାୟଗଡ଼ାରୁ ୧୯୮ ଜଣ, କେନ୍ଦୁଝରରୁ ୧୮୦ ଜଣ, ଭଦ୍ରକରୁ ୧୫୧ ଜଣ, ମଲକାନଗିିରି ୧୧୪ ଜଣ,ଦେବଗଡ଼ରୁ ୧୦୫ ଜଣ, କନ୍ଧମାଳରୁ ୧୦୪ ଜଣ,ଗଜପତିରୁ ୭୭ ଜଣ, ନୂଆପଡ଼ାରୁ ୭୦ ଜଣ, ସୋନପୁରରୁ ୫୫ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More