ବ୍ରହ୍ମପୁର :ସ୍ଥାନୀୟ ସରକାରୀ ଆଇଟିଆଇ ପରିସରରେ ବିଜୁ ବାବୁଙ୍କ ୧୦ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ଉଦଘାଟିତ ହୋଇଯାଇଛି।ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ଏହାକୁ ଶ୍ରମ ମନ୍ତ୍ରୀ ଉଦଘାଟନ କରିଥିଲେ।ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତିଟି ୧୦ଫୁଟ ଉଚ୍ଚତା ରହିଥିବା ବେଳେ ଅଦରକାରୀ ବ୍ରାସ୍, ଆଇରନରେ ସରକାରୀ ଆଇଟିଆଇ ର ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହଙ,ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଗୋପବନ୍ଧୁ ଦାସ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।