ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ ସଂଖ୍ୟା : ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୫୨୧ ଜଣ ପଜିଟିଭ ;ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ପାର୍

0

ଭୁବନେଶ୍ୱର : ରାଜ୍ୟରେ ଭୀଷଣ ଭୟଙ୍କର ରୂପ ନେଉଛି କରୋନା ସଂକ୍ରମଣ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ନାଧ୍ୟରେ ୩୦ଟି ଜିଲ୍ଲାରୁ ୧୦ ହଜାର ୫୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୫୭୬ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ ଜଣ କୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୭୭ ଜଣ, ସୁନ୍ଦରଗଡ଼ରୁ ୧୧୮୬ ଜଣ, କଟକରୁ ୯୬୩ ଜଣ,କଳାହାଣ୍ଡିରୁ ୫୭୧ ଜଣ,ବରଗଡ଼ରୁ ୫୪୩ ଜଣ, ସମ୍ବଲପୁରରୁ ୪୬୦ ଜଣ, ନବରଙ୍ଗପୁରରୁ ୪୦୪ ଜଣ, ଅନୁଗୁଳରୁ ୩୮୮ ଜଣ, ଯାଜପୁରରୁ ୩୭୩ ଜଣ,ପୁରୀରୁ ୩୧୯ ଜଣ, ଝାରସୁଗୁଡ଼ାରୁ ୩୧୪ ଜଣ, ନୂଆପଡ଼ାରୁ ୩୦୪ ଜଣ, ମୟୂରଭଞ୍ଜରୁ ୨୮୮ ଜଣ, ନୟାଗଡ଼ରୁ ୨୨୪ ଜଣ,ବୌଦ୍ଧରୁ ୨୫୦ ଜଣ, କେନ୍ଦୁଝରରୁ ୧୯୪ ଜଣ, ଜଗତସିଂହପୁରରୁ ୨୧୭ ଜଣ, କୋରାପୁଟରୁ ୧୮୨ ଜଣ, ଗଞ୍ଜାମରୁ ୧୬୯ ଜଣ, ଭଦ୍ରକରୁ ୧୫୮ ଜଣ, ରାୟଗଡ଼ାରୁ ୧୪୦ ଜଣ, ଗଜପତିରୁ ୧୩୩ ଜଣ,କେନ୍ଦ୍ରାପଡ଼ାରୁ ୧୨୧ ଜଣ, ସୋନପୁରରୁ ୧୧୨ ଜଣ, ଭଦ୍ରକରୁ ୯୭ ଜଣ,ଦେବଗଡ଼ ଓ ଢ଼େଙ୍କାନାଳରୁ ୮୮ ଜଣ ଲେଖାଏଁ, ମାଲକାନଗିିରିରୁ ୮୩ ଜଣ,କନ୍ଧମାଳରୁ ୭୨ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More