ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ପୁଣି ନୂଆ ୧୦ ହଜାର ୩୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୫୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୫୪୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ଜଣକୁ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣ,ସୁନ୍ଦରଗଡ଼ରୁ ୮୧୯ ଜଣ, କଟକରୁ ୭୩୧ ଜଣ, କଳାହାଣ୍ଡିରୁ ୫୯୯ ଜଣ,ଅନୁଗୁଳରୁ ୪୭୧ ଜଣ, ପୁରୀରୁ ୪୭୨ ଜଣ, ମୟୂରଭଞ୍ଜରୁ ୪୫୮ ଜଣ, ସମ୍ବଲପୁରରୁ ୪୦୫ ଜଣ,ଭଦ୍ରକ ୩୫୦ ଜଣ, କୋରାପୁଟରୁ ୩୩୮ ଜଣ, ନବରଙ୍ଗପୁରରୁ ୩୩୪ ଜଣ,ଯାଜପୁରରୁ ୩୩୦ ଜଣ, ବରଗଡ଼ରୁ ୩୨୦ ଜଣ, ଝାରସୁଗୁଡ଼ାରୁ ୩୧୨ ଜଣ,ବଲାଙ୍ଗୀରରୁ ୨୯୧ ଜଣ, ନୟାଗଡ଼ରୁ ୨୭୩ ଜଣ,ବୌଦ୍ଧରୁ ୨୦୫ ଜଣ, କେନ୍ଦୁଝରରୁ ୨୦୪ ଜଣ,ଗଞ୍ଜାମରୁ ୨୦୩ ଜଣ, ବାଲେଶ୍ବରରୁ ୨୬୯ ଜଣ, କେନ୍ଦ୍ରାପଡ଼ାରୁ ୧୬୨ ଜଣ, ରାୟଗଡ଼ାରୁ ୧୬୩ ଜଣ,ଜଗତସିଂହପୁରରୁ ୧୫୯ ଜଣ, ନୂଆପଡାରୁ ୧୪୫ ଜଣ,ଦେବଗଡ଼ରୁ ୧୧୪ ଜଣ, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଳାରୁ ୭୭ ଜଣ ଲେଖାଏଁ, ସୋନପୁରରୁ ୭୩ ଜଣ,ଗଜପତି ୫୬ ଜଣ, କନ୍ଧମାଳରୁ ୫୪ ଜଣ ଏବଂ ୨୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More