ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା : ଆଜି ଗୋଟିଏ ଦିନରେ ୫୭୧ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର : ରାଜ୍ୟରେ ଆଜି ନୂଆ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧ଜିଲ୍ଲାରୁ ୫୭୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୦୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୬୮ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ନୂଆ ୫୭୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩ ଜଣ, ଗଜପତିରୁ ୫୬ଜଣ, ସୁନ୍ଦରଗଡ଼ରୁ ୫୧, ଖୋର୍ଦ୍ଧାରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ବରରୁ ୨୮ଜଣ, ଜଗତସିଂହପୁର ୧୭ ଜଣ, ଯାଜପୁରରୁ ୧୬ଜଣ, ମୟୂରଭଞ୍ଜରୁ ୧୪ଜଣ, ରାୟଗଡ଼ରୁ ୧୦ଜଣ, କେନ୍ଦୁଝର ଓ ନବରଙ୍ଗପୁରରୁ ୭ଜଣ ଲେଖାଏଁ, ସମ୍ବଲପୁରରୁ ୬ଜଣ, ଅନୁଗୁଳ ଓ ପୁରୀରୁ ୪ଜଣ ଲେଖାଏଁ,ବଲାଙ୍ଗୀରୁ ୫ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଭଦ୍ରକ, ​‌ଢ଼େଙ୍କାନାଳ,ଝାରସୁଗୁଡା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More