୮ ବର୍ଷ ପରେ ଦଳକୁ ଫେରିଲେ ପାର୍ଥୀବ ପଟେଲ

0

ଦୀର୍ଘ ୮ ବର୍ଷ ପରେ ଦଳକୁ ଫେରିବେ ୱିକେଟ କିପର ତଥା ଓପନର ବ୍ୟାଟ୍ସମ୍ୟାନ ପାର୍ଥୀବ ପଟେଲ । ଋଦ୍ଧିମାନ ସାହଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୃତୀୟ ଟେଷ୍ଟରୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ପାର୍ଥୀବ ପଟେଲଙ୍କୁ ଦଳରେ ସାମିଲ କରିଛନ୍ତି ବିସିସିଆଇର ଚୟନ କର୍ତା । ଦ୍ୱିତୀୟ ଟେଷ୍ଟରେ ଋଦ୍ଧିମାନ ସାହାଙ୍କ ବାମ ଗୋଡରେ ଆଘାତ ଲାଗିବାପରେ ତାଙ୍କୁ କିଛିଦିନ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ଏହି ୩୧ ବର୍ଷୀୟ ଯୁବ ଖେଳାଳୀ ନଭେମ୍ବର ୨୬ରୁ ମୋହାଲି ଠାରେ ଖେଳା ଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବେ ।  ସେ ଶେଷଥର ପାଇଁ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାାଚ ଖେଳିଥିଲେ । ସେବେଠାରୁ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ପାର୍ଥôବ ତାଙ୍କ କ୍ୟାରିୟରରେ ୨୦ଟି ଟେଷ୍ଟ ମ୍ୟାଚରେ ୨୯.୬୯ ହାରରେ ୬୮୩ ରନ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More