୪ଶହ ଘର ଓ ୧୨୬୦ କାର ବାଂଟିଲେ ହୀରା ବ୍ୟବସାୟୀ

0

ଦୀପାବଳୀ ଉପଲକ୍ଷେ ଜଣେ ହୀରା ବ୍ୟବସାୟୀ ବୋନସ୍ରେ ୪ଶହଟି ଫ୍ଲାଟ୍ ଓ ୧୨୬୦ କାର୍ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି । କମ୍ପାନୀର କର୍ମଚାରୀଙ୍କୁ ଦାମୀ ଉପହାର ଦେଇ ଚର୍ଚ୍ଚାରେ ରହୁଥିବା ହୀରା ବ୍ୟବସାୟୀ ଏସ.ଡି ଢୋଲକିୟା ପୁଣି ଥରେ ସାରା ଦୁନିଆର ଧ୍ୟାନ ଆକର୍ଷିତ କରିଛନ୍ତି ନିଜ ଆଡ଼କୁ । ସୁରତରେ ହରେକୃଷ୍ଣ ଏକ୍ସପୋର୍ଟ ନାମରେ ତାଙ୍କର ଏହି ହାରା କମ୍ପାନୀରେ ଏଥର ଦୀପାବଳି ଅବସରରେ ୫୧ କୋଟି ଟଙ୍କା ବ୍ୟୟ କରିଛନ୍ତି । ଚଳିତ ବର୍ଷ ଶ୍ରେଷ୍ଠ କାମ ପ୍ରଦର୍ଶନ କରିଥିବା ସେ ତାଙ୍କର ୧୭୧୬ କର୍ମଚାରୀଙ୍କୁ ବାଛିଥିଲେ । ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର କାର୍ ନାହିଁ କାର୍ ଓ ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ଘର ପ୍ରଦାନ କରିଛନ୍ତି । ଏଥିପାଇଁ କମ୍ପାନୀ ୫ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ କରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More