୨୬ରୁ ମାଟ୍ରିକ୍ ଖାତାଦେଖା

0

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୟରେ ସୋସିଆଲ୍‌ ଡିଷ୍ଟାନ୍‌ସିଂକୁ ପ୍ରାଧାନ୍ୟତା ଦିଆଯିବ । ଏହା ପୂର୍ବରୁ ୨ ଥର ମାଟ୍ରିକ ଖାତା ଦେଖା ସ୍ଥଗିତ ହୋଇଛି । ବାତ୍ୟା ଅମ୍ପାନ ପାଇଁ ଖାତା ଦେଖା ସ୍ଥଗିତ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଖାତା ଦେଖାଯିବ । ଖାତା ଦେଖିବାକୁ ଅଧିକ ୬ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨ଟି ସିଫ୍ଟରେ ହେବ ଖାତା ଦେଖା ହେବ । ମୂଲ୍ୟାଙ୍କନ ବେଳେ ଶିକ୍ଷକମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More