୨୦୧୯ ପାଇଁ ସବୁଦଳର ଚାଷୀ ଦରଦ : ଚାଲିଛି ଭଣ୍ଡେଇବା ପ୍ରତିଯୋଗିତା

0


୨୦୧୯ ନିର୍ବାଚନୀ ବୈତରଣୀ ପାର ହେବାକୁ ସବୁ ସବୁ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ରାଜ୍ୟରେ ୭୦ଭାଗ ଚାଷୀ ରହୁଥିବାରୁ ଚାଷିଙ୍କୁ ନିଜ ଦଳ ସପକ୍ଷରେ ନେବାକୁ ସବୁ ଦଳ ପ୍ରୟାସ ଆରମ୍ଭ କରିଛନ୍ତି । ୫ବର୍ଷ ଧରି ଭୂଲିଯାଇଥିବା ଚାଷୀଙ୍କୁ ଦୁଃଖ,ସୁଖରେ ଏବେ ସାମିଲ ହେବାକୁ ସଭିଁଏ ଆଗଭର । କିଏ ସଚିବାଳୟ;ର ଆନ୍ଦୋଳନ କରିବାକୁ କହୁଛି ତ ଆଉ କିଏ ସଂସଦରେ । ପୁରି କିଏ ବିଧାନସଭା ଆଗରେ । ରାଚଷୀଙ୍କୁ ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏବେ ମୁହାମୁହି ହୋଇଛନ୍ତି । ବିଜେଡ଼ି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଆସନ୍ତା ୮ ତାରିଖରେ ଦିଲ୍ଲୀ ଦରବାରରେ ଋରହୁଙ୍କାର ଦେବାକୁ ପ୍ରସ୍ୁତି ହେଉଥିବା ବେଳେ ଏହି ରାଜ୍ୟ ସରକାରଙ୍କ ଚାଷୀ ମାରଣାନୀତିକୁ ବିରୋଧରେ କରି ବିଜେପି ସଚିବାଳୟ ଘେରାଉ କରିବାକୁ ନିଷ୍ପତି ନେଇଛି । ସେହିପରି ଉଭୟ ବିଜେଡ଼ି-ବିଜେପି ଚାଷୀଙ୍କୁ ପତାରଣା ଦେଇଥବବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାନସଭାରେ ଆଗରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି । କେବଳ ସେିକି ନୁହେଁ, ଏବେ ଏହି ୩ ପ୍ରଖୁଖ ରାଜନୈତିକ ଦଳ କୃଷିଋଣ ଛାଡ଼ କରିବାକୁ ଲାଗି ପ୍ରତିଶ୍ରଢତି ଦେଇଛନ୍ତି । ଯଦି ପୂର୍ବରୁ ଏଂହତ ୩ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ଲାଗି ଏପରି ତତପର ହୋଇଥାନ୍ତେ ତେବେ ଆମ ରାଜ୍ୟରେ ଚାଷୀଙ୍କ ଦୁଃଖ ଏତେ ବଢିନଥାନ୍ତା । ତେବେ ଚାଷୀମାନେ ବିଚାର କରିବେ ଯେ କେଉଁ ଦଳ ସେମାନଙ୍କୁ ସମ୍ମାନର ସହ ସବୁଦିନ ବଂଚିବାକୁ ଦେବେ । ତେବେ ରାଜନୀତି ହେଉ ବଂର ଚାଷୀଙ୍କ ପ୍ରତି ରାଜନୈତିକ ଦଳର ଆଭିମୁଖ୍ୟ ଏକ ଶୁଭ ସଙ୍କେତ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More