୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କଲା ବିଜେଡି

0

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରିଛନ୍ତି। ଦଳର ୧୫ ଜଣ ବରିଷ୍ଠ ନେତାଙ୍କ ଦଳ ସୁପ୍ରିମ ଏହି ଦାୟିତ୍ୱ ନ୍ୟସ୍ଥ କରିଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ଦଳକୁ ମଜବୁତ କରିବା ପାଇଁ ବରିଷ୍ଠ ଉପସଭାପତି ଓ ଉପସଭାପତି ନିଯୁକ୍ତ କରାଯାଇଥିଲା । ଆଜିର ବରିଷ୍ଠ ସାଧାରଣ ସମ୍ପାଦକ ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ନୃସିଂହ ସାହୁଙ୍କୁ ଆଂଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଚନ୍ଦ୍ର ପଣ୍ଡା , କଳିକେଶ ନାରାୟଣ ସିଂଦେଓ, ପ୍ରିତିରଂଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଅରୁଣ କୁମାର ସାହୁ ଏବଂ ରୋହିତ ପୁଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି । ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢେ଼ାଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ମିଳିଛି । ସେହିପରି ରମେଶ ମାଝି ଓ ସରୋଜିନି ହେମ୍ବ୍ରମଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ଶଶି ଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More