ହଜିଗଲାଣି କେନ୍ଦରା ବାଜା: ପରମ୍ପରାକୁ ବଞ୍ଚାଇ ରଖିବାକୁ ସୋର ଅନନ୍ତପୁରରୁ ରାଜଧାନୀ ଯାଏଁ ଦୈାଡି ଆସିଛନ୍ତି ପ୍ରକାଶ

0

କେନ୍ଦରା ବାଜା ।

ସକାଳୁ ସକାଳୁ ଏହି ଗୀତ ଶୁଣିଲେ ନିଶ୍ଚିତ ଭାବେ ଛୁଆବେଳର ଗାଁ’ର କଥା ମନେ ପଡ଼ିଯିବ । ହୁଏତ ଏବେକାର ଯୁବପୀଢି ପାଇଁ ଏହା ନୂଆ ହୋଇଥାଇପାରେ । ବିଭିନ୍ନ ଭଜନ ସହ ଭଜୁ କିନା ରାମ ନାମରେ ଗୋବିନ୍ଦ ଭଜୁ କିନା ରାମ ନାମ, ଭଜି ନପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ । ଏହା କୌଣସି ଷ୍ଟୁଡ଼ିଓରେ ରେକର୍ଡ଼ ହେଉଥିବା ଗୀତ ନୁହେଁ, ବଂର ରାଜଧାନୀର ରାଜରାସ୍ତାରେ ପ୍ରକାଶ ନାଥ ନିଜର କେନ୍ଦରା ବାଜା ବଜାଇ ଘରେ ଘରେ ପହଞ୍ଚିଛନ୍ତି । ତାଙ୍କର ଲକ୍ଷ୍ୟ କେନ୍ଦରା ବାଜା ଆଜିବି ବଂଚି ରହିଛି ତାହା ଜଣାଇବା ଓ ପାରମ୍ପରିକ ଲୋକଗୀତ ଓ ବାଜାକୁ ବଂଚାଇ ରଖିବା । କାରଣ ଆଜିର ଆଧୁନିକ ଯୁଗରେ ଏହି କେନ୍ଦରା ବାଜା ଟିକେ ଶୁଣିବା ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ସବୁ କାର୍ଯ୍ୟବନ୍ଦ କରି ବର୍ଷକୁ ଦୁଇ ମାସ ପ୍ରକାଶ ନାଥ ରାଜଧାନୀ ଓ ଅନ୍ୟାନ୍ୟ ଜିଲ୍ଲା ବୁଲି କେନ୍ଦରା ବଜାଇ ଆନନ୍ଦ ପାଇଥାନ୍ତି ବୋଲି କହିଛନ୍ତି । ପଇସା ପାଇଁ ନୁହେଁ, ବଂର ନିଜର ପାରମ୍ପରିକ ଲୋକଗୀତ ଓ ବାଜାକୁ ବଂଚାଇ ରଖିବା ଲାଗି ତାଙ୍କର ଏହି ପ୍ରୟାସ ବୋଲି ସେ କହିଛନ୍ତି । ଧୀରେ ଧୀରେ ଗାଁ ଗାଁ ରେ ଚକୁଳିଆ ପଣ୍ଡା, କେନ୍ଦରା ବାଜା ଲୋପ ପାଇଥିବା ବେଳେ ସହରରେ ଆଧୁନିକତାରେ ବି କେନ୍ଦରା ବାଜା ବଂଞ୍ଚିଛି ତାହା ସେ ପ୍ରମାଣିତ କରିବାକୁ ସୁଦୁର ବାଲେଶ୍ୱର ସୋରର ଅନନ୍ତ ପୁର ଗ୍ରାମରୁ ଆସି ରାଜଧାନୀରେ ଭଡାଘରେ ରହୁଛନ୍ତି । ହଁ ଏକଥା ସତ ଯେ ଏହି କେନ୍ଦରା ବାଜା ଆଜି ଆମ ଓଡ଼ିଶା ଅପଡ଼େଟ ଅଫିସର ପାଚେରୀ ଡେଇଁ କହୁଥିଲା ଯେ ଆପଣମାନେ ଏହାକୁ ବଂଚାଇ ରଖିବାରେ ଆମକୁ ସହଯୋଗ କରନ୍ତୁ । କାରଣ ଆଜିର ଆଧୁନିକ ଯୁଗରେ ଏହି ଲୋକଗୀତ ଆସ୍ତେ ଆସ୍ତେ ଲୋପ ପାଇବାରେ ବସିଲାଣୀ । ଆଜି ତମ ଦୁଆରେ ଏହି ପାରମ୍ପରିକ ଗୀତ ତାହାର ଅସ୍ତିତ୍ୱ ହରାଇବା ପୂର୍ବରୁ ଶେଷଥର ପାଇଁ ଅନୁରୋଧ କରୁଛି ମତେ ବଂଚାଅ । ବାସ ଗୀତରେ କେନ୍ଦରା ବଜାଇ ଯେପରି ସେ ଆମକୁ ଡ଼ାକୁଥିଲା । ସତକୁ ସତ ଏକଥା କେଉଁଠି ନା କେଉଁଠି ଓଡ଼ିଶା ଅପଡ଼େଟର ମୁଖ୍ୟ ସମ୍ପାଦକ ରମେଶ ଶତପଥିଙ୍କ କାନରେ ଶେଷରେ ପଡ଼ିଥିଲା । ଆଉ ନିଜେ ନ୍ୟୁଜ ଲେଖା ଛାଡ଼ି ମୁଖ୍ୟ ସମ୍ପାଦକ କେନ୍ଦରା ଯୋଗୀଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ । ତାଙ୍କର ଏହି ମକ୍ରାର‌୍ୟ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହିତ ସବୁ ସମୟରେ ସହଯୋଗ କରିବାକୁ ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ । ଯୋଗୀ ପ୍ରକାଶ ନାଥ କେନ୍ଦରାଭଜନ ପରମ୍ପରା ବିଷୟରେ ବେଶ କିଛି ସମୟ ଆମକୁ ବୁଝାଇଥିଲେ । କେନ୍ଦରା ଯୋଗୀଙ୍କ କଥା ଶୁଣି ଆମେ ମଧ୍ୟ କିଛି ସମୟ ଭାବ ବିହ୍ୱଳ ହୋଇଯାଇଥିଲୁ । ତାଙ୍କର କଣ୍ଠସ୍ୱର ଆମକୁ ଆକଷିତ କରିଥିଲା । ଶେଷରେ ପୁଣି କେ କେନ୍ଦରା ବାଜାଇ ବାଜାଇ ଆମ ଠାରୁ ବିଦାୟ ନେଇଥିଲେ । ହେଲେ ଗଲା ବେଳକୁ ସେ ଯେଉଁ କେଇ ପଦ କଥା କହିଦେଇ ଗଲେ ତାହା ଆମକୁ ଓ ଆମ ସମାଜକୁ କହିଦେଇ ଗଲେ ମୁଁ ଏକା ନୁହେଁ, ପୁରୁଷ ପୁରୁଷ ଧରି ଚାଲିଆସିଥିବା ଏହି ପରମ୍ପରାକୁ ବଂଚାଇ ରଖିବା ପାଇଁ ଚାଲନ୍ତୁ ଆମେ ସମେସ୍ତ ଏକ ହେବା । କାରଣ ମୋ ବାପା ବି କେନ୍ଦରା ବାଜଉଥିଲେ ଓ ଆଜି ଆଧୁନିକ ଯୁଗରେ ମୋ ପାଖରେ ସବୁଥାଇ ବି ମୁଁ ପରମ୍ପରାକୁ ବଂଚାଇବା ଲାଗି ଆଜି କେନ୍ଦରା ଯୋଗୀ ହୋଇ ଏହାର ମହତକୁ ଆପଣମାନଙ୍କୁ ବୁଝାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More