ଭୁବନେଶ୍ୱର : ପୃଥିବୀ ବାହାରେ ମଣିଷ ବଂଚିପାରିବ । କାରଣ ସୌରମଣ୍ଡ ବାହାରେ ବୈଜ୍ଞାନିକମାନେ ଆଉ ଏକ ଗ୍ରହକୁ ଆବିସ୍କାର କରିଛନ୍ତି ଯେଉଁଠି ରହିଛି ପାଣି । ଅର୍ଥାତ ଏହି ଗ୍ରହରେ ବି ପୃଥିବୀ ପୃଷ୍ଠ ଭଳି ଜୀବନ ଧାରଣ ସମ୍ଭବ । ଏଭଳି ଏକ ଆବିସ୍କାର ବୈଜ୍ଞାନିକଙ୍କ ପାଇଁ ଏକ ବଡ ଆବିସ୍କାର କହିଲେ ଭୁଲ ହେବନି ।ପୃଥିବୀଠାରୁ ଦୁଇଗୁଣା ଆକାର ଏବଂ ୧୧୦ ଆଲୋକ ବର୍ଷ ଦୂରରେ ଥିବା ଏହି ଗ୍ରହଣ ଜଳ କଣିକାର ସନ୍ଧାନ ମିଳିଛି ।
ଏହି ଗ୍ରହ ଯାହାକୁ ସୁପର ଆର୍ଥ ବୋଲ ନାମକରଣ କରାଯାଇଛି ତାହା ଚନ୍ଦ୍ର ଠାରୁ ଆକାରରେ ଆଠ ଗୁଣା ବଡ । ଏହି ଗ୍ରହର ନିଜସ୍ବ ବାୟୁମଣ୍ଡଳ ରହିଛି ଯେଉଁଠାରୀ ଜୀବନ ଧାରଣର ସୁଯୋଗ ରହିଛି । ଲଣ୍ଡନ ୟୁନିଭର୍ସିଟି କଲେଜର ବୈଜ୍ଞାନିକମାନେ ଏହାର ସନ୍ଧାନ କରିଛନ୍ତି ।ଏହି ଗ୍ରହର ତାରକାମାନେ ଅତି ନିକଟରେ ଅଛନ୍ତି । ଅର୍ଥାତ ପୃଥିବୀ ତାର ନିଜ କକ୍ଷପଥରେ ଥରେ ବୁଲିବାକୁ ୩୬୫ ଦିନ ଲାଗୁଥିବା ବେଳେ ସୁପର ଆର୍ଥ ନିଜ କକ୍ଷପଥରେ ୩୩ ଦିନରେ ଥରେ ଘୁରିଆସେ । ଏହି ଗ୍ରହର ଜୀବନଧାରଣ ଉପଯୋଗୀ ଜୋନକୁ ଗୋଲ୍ଡିଲକ ଜୋନ ବୋଲି କୁହାଯାଉଛି ।ପୃଥିବୀ ବାହାରେ ଥିବା ଜଳ ବାଷ୍ପିଭୂତ ହେଉଛି ।