ସେନାର ଗତିବିଧି ଜାଣିବାକୁ ଆସୁଛି ଅଜଣା ଫୋନ୍ କଲ୍

0

ଭାରତୀୟ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାଗଳ ହୋଇଉଠିଥିବା ପାକିସ୍ତାନ ଭାରତୀୟ ସେନାର ଗତିବିଧି ସମ୍ପର୍କରେ ଜାଣିବାକୁ  ଅନେକ ଉପାୟ ଆପଣାଉଛି  । ଏନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛି ପାକିସ୍ତାନ୍ । ଏବେ ଭାରତର ସୀମାବର୍ତି ଅଂଚଳଗୁଡ଼ିକର ଲୋକମାନଙ୍କ ନିକଟକୁ ଅଜଣା ନମ୍ବରରୁ ଫୋନ୍ କଲ୍ ଆସୁଛି । ଏହାର ଏକମାତ୍ର ଉଦେ୍ଦଶ୍ୟ ପାକିସ୍ତାନ୍ ଭାରତୀୟ ସେନାର ପ୍ରତିଟି ପଦକ୍ଷେପ ବିଷୟରେ ଜାଣିବାକୁ ଚାହୁଁଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି । ନିକଟ ଅତୀତରେ ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟର ଅନ୍ତର୍ଗତ ଏକ ଗାଁର ମୁଖିଆଙ୍କ ନିକଟକୁ ଏପରି ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିବା ସେ କହିଛନ୍ତି । ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀ ସେନା ମୁଖ୍ୟ କାର୍ଯ୍ୟାଳୟର ଜଣେ ଅଧିକାରୀ ବୋଲି ନିଜର ପରିଚୟ ଦେଇଥିଲେ । ଏହାସହ ସୀମାନ୍ତବର୍ତି ଲୋକମାନଙ୍କୁ କିପରି ସ୍ଥାନାନ୍ତର କରାଯାଉଛି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଗାଁ ମୁଖିଆଙ୍କୁ ପଚାରିବୁଝିଥିଲେ । ହେଲେ ସେ ଯେତେବେଳେ ସେନାର ଗତିବିଧି ଏବଂ ଉପସ୍ଥିତି ସମ୍ପର୍କରେ ମୁଖିଆଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ମୁଖିଆଙ୍କର ଫୋନ୍ କରିଥିବା ବ୍ୟକ୍ତିଙ୍କ ପ୍ରତି ସନେ୍ଦହ ଉପୁଜିଥିଲା । ପରେ ସେ ଫୋନ୍ କାଟି ଦେଇଥିଲେ । କେବଳ ଜମ୍ମୁ-କାଶ୍ମୀର ନୁହେଁ ପଞ୍ଜାବରେ ରହୁଥିବା ଲୋକଙ୍କ ପାଖକୁ ମଧ୍ୟ ଏପରି ଫୋନ୍ କଲ୍ ଆସୁଛି । ପାକିସ୍ତାନ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଂଟ୍ ମାନେ ଭାରତୀୟ ସିମ୍ କାର୍ଡ୍ ବ୍ୟବହାର କରୁଥିବା ଏବେ ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ଭାରତୀୟ ସେନା ବିଏସଏଫ ପକ୍ଷରୁ ସୀମାନ୍ତବର୍ତି ଅଂଚଳର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More