ବ୍ରହ୍ମୋତ୍ସର ସଫଳ ପରୀକ୍ଷଣ.

0

       ଦୀର୍ଘ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରୁଥିବା କ୍ଷପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ପରୀକ୍ଷଣ କେନ୍ଦ୍ରରୁ ଏହି ସଫଳ ପରୀକ୍ଷଣ ଆଜି ସକାଳ ୮ଟା ୪୨ ମିନିଟରେ କରାଯାଇଛି । ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନକୁ ସଠିକ ରୂପେ ଲକ୍ଷଭେଦ କରିପାରିବ ଏହି ଅସ୍ତ୍ର । ଭାରତ ଓ ରୁଷର ମିଳିତ ଜ୍ଞାନ କୌଶଳରେ ନିର୍ମିତ ଏହି ଅସ୍ତ୍ର ଭାରତୀୟ ବାୟୁସେନାର ଏକ ଶକ୍ତିଶାଳୀ ଅଂଶ ଭାବରେ ପରିଗଣିତ ହୋଇଥାଏ । ଏହାକୁ ସୁଖୋଇ ଯୁଦ୍ଧ ବିମାନ ସାହାର୍ଯ୍ୟରେ ୧୫ ସହ କିଲୋମିଟର ଭିତରେ ଯେ କୌଣସି ଜାଗାକୁ ସଠିକ ରୂପେ ଲକ୍ଷ ଭେଦ କରାଯାଇପାରିବ । ୨୦୦୬ ମସିହାରେ ପ୍ରଥମଥର ପାଇଁ ବ୍ରହ୍ମୋସ ଭାରତୀୟ ସୈନ୍ୟ ବାହିନୀରେ ସାମିଲ ହୋଇଥିଲା । ଡିଆରଡିଏର ଏହି ସଫଳତା ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More