ସୀମାରେ ପାକିସ୍ତାନର ସମରାଭ୍ୟାସ

0

ଭାରତ-ପାକିସ୍ତାନ ସୀମାରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ପାକିସ୍ତାନ ପଟୁ ପ୍ରତିଦିନ ଅସ୍ତ୍ର ବିରୋଧୀ ଉଲଂଘନ କରାଯାଉଛି।ଭାରତୀୟ ସେନାର ପାଲାଟା ଆକ୍ରମଣ ଫଳରେ ୧୫ ତାରିଖ ଦିନ ପାକିସ୍ତାନର ୭ ସୈନ୍ୟ ପ୍ରାଣ ହରାଇବା ପରେ ଏବେ ପାକିସ୍ତାନ ସୀମାରେ ଯୁଦ୍ଧାଭ୍ୟାସ ଜାରି କରୁଛି ।କୌଣସ ପ୍ରକାର ଆକ୍ରମଣର ମୁକାବିଲା ପାଇଁ ସେନାକୁ ସଂପୁର୍ଣ୍ଣ ତୟାର କରୁଛି ପାକିସ୍ତାନ।ଏଥିପାଇଁ ଟ୍ୟାଙ୍କ, ଯୁଦ୍ଧ ବିମାନ ,କମାଣ,ଓ ଅନ୍ୟାନ୍ୟ ଆଧୁନିକ ଯୁଦ୍ଧାସ୍ତ୍ର ସହ ପାକିସ୍ତାନ ସେନା ସୀମାରେ ଡେରା ପକାଉଥିବା ନଜରକୁ ଆସିଛି ।ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଓ ସ୍ଥଳସେନା ମୁଖ୍ୟ ଜେନାରାଲ ରହିଲ ସରିଫ ସୀମାରେ ଉପସ୍ଥିତ ରହି ସେନାର ପ୍ରସ୍ତୁତି ତଦାରଖ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More