ଓଡ଼ିଶାରେ ଏବେ ଜାଲନୋଟର ଭୟ । ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଜାଲ ନୋଟ୍ ମିଳୁଛି । ଗତବର୍ଷ ବରଗଡ଼ ଧନୁଯାତ୍ରାର କିଛିଦିନ ପୂର୍ବରୁ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ବରଗଡ଼ ପୋଲିସ କିଛି ମାଫିଆଙ୍କଠାରୁ ଉଦ୍ଧାର କରିଥିଲା । ଆଉ ଆଜି ସମ୍ବଲପୁର ଟାଉନ ଥାନା ପୋଲିସ ପୁନର୍ବାର ଜାଲ୍ ନୋଟ୍ କାରବାରରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କଠାରୁ ପୋଲିସ ୧୧ହଜାର ୭ଶହ ମୂଲ୍ୟର ଜାଲନୋଟ୍ ଉଦ୍ଧାର କରିଛି ପୋଲିସ ।