ସମଗ୍ର ଦେଶରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ…

0

ଆଜି ସମଗ୍ର ଦେଶରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି I ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସକାଳ ୯ଟାରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ । ଏହି ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ୯୦ ମିନିଟ୍‌ର ଆକର୍ଷଣୀୟ ପରେଡ୍ ଦେଖଣାହାରୀଙ୍କ ଆଖି ଝଲସାଇବ ।
ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ କୋଠାଗୁଡିକୁ ଆଲୋକମାଳାରେ ସଜାଯାଇଛି । ତ୍ରିରଙ୍ଗା ପତାକାର ରଙ୍ଗରେ ଝଲସୁଛି ବିଧାନସଭା । ସେହିପରି ରାଜ୍ୟ ସଚିବାଳୟକୁ ମଧ୍ୟ ଆଲୋକମାଳାରେ ସଜାଯାଇଛି । କୋଠା, ବଗିଚା ସବୁଆଡେ ଏଲ୍ଇଡି ଲାଇଟ୍‌ରେ ଝଲସୁଛି ସଚିବାଳୟ ।
ସେହିପରି କଟକ ବାରବାଟିି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତେଳନ କରି ମଳିତ ପରେଡ୍‌ର ଅଭିବାଦନ ଗ୍ରହଣ କରିଛନ୍ତି । ଉପସ୍ଥିତି ଜନସାଧାରଣଙ୍କୁ ଉଦ୍‌ବୋଦନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତେ ଏକଜୁଟ୍‌ ହୋଇ ମାଟି ପାଇଁ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ I

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମଗ୍ର ଦେଶବାସୀଙ୍କୁ ଓଡିଶା ଅପଡେଟ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ….

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More