ସବୁଠି ଉରି ଫିଲ୍ମ ଚର୍ଚ୍ଚା : ୨୦୦କୋଟି କ୍ଲବରେ ସାମିଲ

0


ହାଓ ଇଜ ଦ ଯୋଶ । ଉରି ଫିଲ୍ମର ଏହି ଚର୍ଚ୍ଚିତ ଡ଼ାଇଲଗ ଏବେ ଚାରିଆଡ଼େ ଚର୍ଚ୍ଚା । ଯେଉଁଥି ପାଇଁ ଉରି ଫିଲ୍ମ ଏବେ ସଫଳତାର ଶୀର୍ଷରେ ପହଞ୍ଚିଗଲାଣୀ । ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ ବଲିଉଡ୍ ଫିଲ୍ମ ‘ଉରି’ ୨୦୦ କୋଟି କ୍ଲବରେ ସାମିଲ ହୋଇଛି। ରିଲିଜ୍ ହେବାର ଚତୁର୍ଥ ସପ୍ତାହରେ ଫିଲ୍ମଟି ୨୯ କୋଟି ଟଙ୍କା ହାସଲ କରି ମୋଟ୍ ଭାରତୀୟ ଆୟ ୨୨୫ କୋଟି କରିଛି। ମୁଭି ଆନାଲିଷ୍ଟ ତରାନ୍ ଆଦର୍ଶ ଟ୍ଵିଟରରେ ଏ ସୂଚନା ଦେଇଛନ୍ତି। ବାହୁବଲି-୨ ପରେ ପ୍ରଥମ ଭାରତୀୟ ଫିଲ୍ମଭାବେ ଏହା ଚତୁର୍ଥ ସପ୍ତାହରେ ଏତେ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି। ଆଦିତ୍ୟ ଧରଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏ ଚଳଚ୍ଚିତ୍ର ‘ଉରୀ’ ୨୦୧୯ର ପ୍ରଥମ ବ୍ଲକ୍ ବଷ୍ଟର ହେବାରେ ସକ୍ଷମ ହୋଇଛି। ଭିକ୍କି କୌଷଲ, ୟାମି ଗୌତମ, ମୋହିତ ରାଇନା ଓ ପରେଶ ରାଓଲ ଏଥିରେ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି।ଦଙ୍ଗଲ, ସଞ୍ଜୁ, ପିକେ, ପଦ୍ମାବତ୍,ସୁଲତାନ୍ ଓ ବଜରଙ୍ଗୀ ଭାଇଜାନ ପ୍ରମୁଖ ଫିଲ୍ମର ଚତୁର୍ଥ ସପ୍ତାହ କଲେକ୍ସନ ‘ଉରି’ର କଲେକ୍ସନଠାରୁ କମ୍ ଥିଲା। ଏବେ ଏହା ସାରା ଦେଶରେ ପ୍ରଶଂସା ହାସଲ କରିବା ସହ ଭିକ୍କିଙ୍କ ଅଭିନୟ ପାଇଁ ବିଦେଶରେ ମଧ୍ୟ ଆଲୋଚନାର ବିଷୟ ହୋଇଛି। ବଜେଟରେ ବି ସ୍ଥାନ ପାଇଥିଲା ହାଓ ଇଜ ଦ ଜୋସ୍ ଏପିସୋଡ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More