ସତଲୁଜ୍ ଜଳକୁ ନେଇ ପଂଜାବରେ ରାଜନୈତିକ ଝଡ

0

ପଂଜାବରେ ପ୍ରବାହିତ ସତଲୁଜ୍ ନଦୀ ଜଳକୁ ନେଇ ଏବେ ରାଜ୍ୟରେ ରାଜନୈତୀକ ଝଡ଼ ଦେଖାଦେଇଛି । ଜଳବିବାଦକୁ ନେଇ ସୁପି୍ରମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଏଠାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବିଶେଷକରି କଂଗ୍ରେସ ଦଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପଂଜାବର ପିଏଲଏଲ ପାର୍ଟି ସାଂସଦ ଅମରିନ୍ଦର ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଅମରିନ୍ଦରଙ୍କ ସମେତ ପଂଜାବ କଂଗ୍ରେସର ମୁଖ୍ୟଙ୍କ ସମେତ ସମସ୍ତ ବିଧାୟକ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ସୁପି୍ରମକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ପ୍ରକାଶ କରିବାକୁ ଯାଉଛନ୍ତି । ହେଲେ ଏହାପୂର୍ବରୁ ପଂଜାବ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ଆଉ ଆଶଙ୍କା କରିଛନ୍ତି ସୁପି୍ରମକୋର୍ଟଙ୍କ ରାୟ ପଂଜାବ ସରକାରଙ୍କ ବିପକ୍ଷରେ ଯାଇପାରେ । ଏଣୁ ସେ ଗୁରୁବାର ରାତି ତମାମ୍ ପଂଜାବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ତେବେ ସେ ଯାହା ହେଉ ପଛକେ ସତଲୁଜ୍ ନଦୀ ଜଳରୁ ଗୋଟିଏ ବୁନ୍ଦା ମଧ୍ୟ ଅନ୍ୟ ରାଜ୍ୟକୁ ଦିଆଯିବନି ବୋଲି ଉଭୟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More