ସଙ୍କଟରେ ଜଳ ବିଦ୍ୟୁତ ଉତ୍ପାଦନ …ପଢନ୍ତୁ କଣ ପାଇଁ ଏହି ବିଷମ ପରିସ୍ଥିତି

0

ଭୁବନେଶ୍ୱର(ଓଡିଶା ଅପଡେଟ୍) – ସଙ୍କଟରେ ଜଳ ବିଦ୍ୟୁତ ଉତ୍ପାଦନ । ହଠାତ୍ ବର୍ଷା ବନ୍ଦ ହୋଇଯିବା ଓ ଛତିଶଗଡ଼ ପାଣି ରୋକିବା ହିଁ ଓଡିଶାବାସୀଙ୍କୁ ମହଙ୍ଗା ପଡିବ । ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲମା ବ୍ୟାରେଜ୍। ଯାହା ଏବେ ହୀରାକୁଦ୍ ଡ୍ୟାମ୍ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ବର୍ତ୍ତମାନ କଲମା ବ୍ୟାରେଜ ୬୬ ଗେଟରୁ ଛତିଶଗଡ଼ ୬୪ଟି ଗେଟ୍ ବନ୍ଦ କରିସାରଛି। ତେଣୁ ଖରା ଦିନେ ଯଦି ଅବଶିଷ୍ଟ ଦୁଇଟି ଗେଟ୍ ବନ୍ଦ କରିଦିଏ, ତେବେ ଓଡ଼ିଶାକୁ ଜଳପ୍ରବାହ ସଂପୂର୍ଣ୍ଣ ବନ୍ଦ ହୋଇଯିବ। କଲ୍ମା ବ୍ୟାରେଜରେ ଦୁଇଟି ଗେଟ୍ ଦେଇ ମାତ୍ର ୩ ହଜାର ୫ ଶହ ଘନଫୁଟ୍ ଜଳ ତଳମୁଣ୍ଡକୁ ଆସୁଛି। ଫଳରେ ହୀରାକୁଦ ଡ୍ୟାମର ରୁଲ୍ କର୍ଭ ପ୍ରଭାବିତ ହୋଇଛି। ଅକ୍ଟୋବର ୩୧ ସୁଦ୍ଧା ଯେଉଁଠି ଡ୍ୟାମ୍ ଜଳପତ୍ତନ ୬୩୦ ଫୁଟ୍ ରହିବା କଥା, ସେଠି ଏବେ ୬୨୭ ଫୁଟ୍କୁ ଖସିଆସିଛି। ଫଳରେ ବିଦ୍ୟୁତ୍ ଉତ୍ପାଦନ ଓ ଜଳ ସେଚନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ପାଣି ରୋକାଯିବା ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ବ୍ରିଜ୍ ମୋହନ ଅଗ୍ରଓ୍ୱାଲ। କଲମା ବ୍ୟାରେଜ୍ ନୁହେଁ ବରଂ କମ୍ ବର୍ଷା ହୋଇଥିବାରୁ ହୀରାକୁଦକୁ ଜଳପ୍ରବାହ କମିଥିବା ସେ ଯୁକ୍ତି ଦର୍ଶାଇଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More