ଶ୍ରୀମନ୍ଦିର ନୀଳଚକ୍ରରେ ଫାଟ

0

ଶ୍ରୀମନ୍ଦିର ଜଗମୋହନରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ଚାଲିଛି । ଆଉ ଏବେ ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ରରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଛି । ପରେ ଏଏସଆଇ ପକ୍ଷରୁ ଏହାର ମରାମତି କରାଯାଉଛି । ଅଷ୍ଟଧାତୁରେ ନିର୍ମିତ ଏହି ଚକ୍ରରେ ଲାଗିଥିବା ନଟବୋଲ୍ଟଗୁଡ଼ିକ ଢିଲା ହୋଇଯାଇଥିବାରୁ ନୀଳଚକ୍ରଟି ଦୁର୍ବଳ ହୋଇପଡ଼ିଥିବା ବିଶେଷଜ୍ଞ ଟିମ୍ କହିଛନ୍ତି । ବିଶେଷକରି କଳସର ମୁଖ୍ୟ ଭାଗରେ ପୋତା ଯାଇଥିବା ଚକ୍ରର ଦଣ୍ଡଟି ଦୂର୍ବଳ ହୋଇପଡ଼ିଥିବାରୁ ଏହାକୁ କିପରି ଶକ୍ତ କରାଯାଇପାରିବ ତାହା ଉପରେ ଏଏସଏଆଇ ଅଧିକ ଗୁରୁତ୍ୱ ଦେଉଛି । ଅପରପକ୍ଷରେ ଗତ ୨୦୧୪ରେ ନବକଳେବର ସମୟରେ ଜଗମୋହନରେ ନୂଆ କଳସ ଲାଗିଥିଲା । ହେଲେ ଚକ୍ରଟି ପରିବର୍ତନ କରାଯାଇନଥିଲା । କେବଳ କିଛି ନଟବୋଲ୍ଟ ବଦଳାଯାଇଥିଲା । ମାତ୍ର ଏହାକୁ ଦୁଇବର୍ଷ ନପୂରୁଣୁ ପୁଣିଥରେ କଳସର ଚକ୍ର ଦୁର୍ବଳ ହୋଇପଡ଼ିଥିବାରୁ ଏହା ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More