ଶ୍ରାବଣୀଙ୍କୁ ଏକଲବ୍ୟ ପୁରସ୍କାର

0

ଆନ୍ତର୍ଜାତୀୟ ଆଥଲେଟ ଧାବିକା ଶ୍ରାବଣୀ ନନ୍ଦ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱ ବିଜେତା ଧାବକ ମିଲ୍ଖା ସିିିିଂହ ତାଙ୍କୁ ପୁରଷ୍କୃତ କରିଥିଲେ । ଇମ୍ପାକ୍ଟ ପକ୍ଷରୁ ଟ୍ରଫ ିସହ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିଭଳି ହକି ତାରକା ଦୀପ ଗ୍ରେସ ଏକ୍କା ଏବଂ ଦୀପସାନ ତିର୍କିଙ୍କୁ ସମ୍ମାନିତ କରାଯାଇଛି । ଉତ୍ସବରେ କିମ୍ବଦନ୍ତୀ ଧାବକ ମିଲ୍ଖା ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇମ୍ପାକ୍ଟ ର ଚୟନ କମିଟି ଅଧ୍ୟକ୍ଷ ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ,ବରିିଷ୍ଠ ପ୍ରଶାସକ ଶ୍ରୀନିବାସନ ,ପ୍ରଦୀପ କୁମାର ଜେନା, ଦୀଲ୍ଲିପ କୁମାର ସାମନ୍ତରାୟ ,ସଂଯୋଜକ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମାନ ପାଇବା ପରେ ଶ୍ରାବଣୀ କହିଥିଲେ ଯେ, ମିଲ୍ଖା ସିଂହ ଙ୍କ ଠାରୁ ଟ୍ରଫି ଗ୍ରହଣ କରିବା କମ ବଡ କଥା ନୁହେଁ । ୨୦୨୦ ଟୋକିଓ ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରେ ଖେଳାଳିଙ୍କ ୁଏଭଳି ଉତ୍ସବ ଉତ୍ସାହ ପ୍ରଦାନ କରିବ ବୋଲି କହିଥିଲେ ଶ୍ରାବଣୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More