ଲୋକସେବା ଭବନର 2 ନମ୍ବର ଗେଟ ଆଗରେ କଡ଼ାକଡ଼ି ଯାଞ୍ଚ

0

ଭୁବନେଶ୍ୱର : ଲୋକସେବା ଭବନର 2 ନମ୍ବର ଗେଟ ଆଗରେ କଡ଼ାକଡ଼ି ଯାଞ୍ଚ । ସରକାରୀ ଅଧିକାରୀଙ୍କ I-Card କୁ ଯାଞ୍ଚ କରି କାର୍ଯ୍ୟାଳୟ ଛଡାଯାଉଛି । କାରଣ ଗତକାଲି କେବଳ 6ଟି ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦେଶନାମା ଜରିଆରେ ଅନୁମତି ଦିଆଯାଇଛି । ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ସ୍ବରାଷ୍ଟ୍ର ଓ SRC OSDMA କର୍ମଚାରୀ ହିଁ ଅଫିସରେ କାମ କରିବେ । ଏମାନଙ୍କୁ critical ବର୍ଗରେ ରଖାଯାଇଛି । କାରଣ ପ୍ରତି ମୁହୂର୍ତ୍ତରେ ଏହି ସବୁ ବିଭାଗର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି । ବାକି ସରକାରୀ ବିଭାଗର କର୍ମଚାରୀଙ୍କୁ ଘରକୁ ପିଠାଯାଉଛି । ଯଦି ଅନ୍ୟାନ୍ୟ ଜରୁରୀକାଳୀନ କାମ ପାଇଁ ଅନ୍ୟ ବିଭାଗଙ୍କ ପ୍ରଵେଶକୁ ଭିତରୁ ଅନୁମତି ମିଳୁଛି, ତେବେ ଛଡାଯାଉଛି I ବ୍ୟବସାୟିକ କ୍ଷତି ତ ନିଶ୍ଚିତ ହେଉଛି । ଏହା ଗୋଟିଏ ଦିନର କଥା ନୁହେଁ । ଆହୁରି ବଢ଼ିବ 31 ତାରିଖ ଯାଏଁ । କେମିତି କ୍ଷତି ଭରଣା ହେବ ନା କ୍ଷତିପୂରଣ ମିଳିବ, ସେ ଦିଗରେ ବାଣିଜ୍ୟ ବିଭାଗ ଓ ବ୍ୟବସାୟିକ unionର କମିଟି ସହ ଆଲୋଚନା ହେବ । ବର୍ତମାନ 2nd stageରେ ଅଛି । ପରିବହନ ସହ ସାମଗ୍ରୀ ତ ଆସୁଛି । ଆଗକୁ ଦେଖିବୁ କଣ କରାଯାଇପାରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More