ବେଗୁନିଆପଡା :, ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କୁ ଜନ୍ମ ଦିବସ ମାର୍ଚ୍ଚ 5 ! ଏହି ଦିବସ କୁ ପଂଚାୟତରାଜ ଦିବସ ବା ଲୋକସେବା ଦିବସ ଭାବେ ସରକାର ପାଳନ କରୁଛନ୍ତି ! ଆଜିର ଏହି ଦିବସ ରେ ବେଗୁନିଆପଡା ବ୍ଲକ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ପଟ୍ଟା ଓ ଭତ୍ତା ବଣ୍ଟନ କରିଛନ୍ତି ! ଆଇ ଜି ଏନ ଓ ପି ଯୋଜନା ରେ 81 ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ମଧୁବାବୁ ପେନସନ ଯୋଜନା ରେ 129 ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି ! ସେହିଭଳି କୋଦଳା ତହସିଲ ଅନ୍ତର୍ଗତ ମଠବ୍ରହ୍ମପୁର ରିଭିନ୍ୟୁ ସାର୍କିଲ ରେ 10 ଜଣ, ସାଳବଣ ସାର୍କିଲ ରେ 21 ଜଣ, ଘୋଡାପଡା ସାର୍କିଲ ରେ ଜଣଙ୍କୁ, ମର୍ଦମେଖ ସାର୍କିଲ ରେ 25 ଜଣ ଓ କୋଦଳା ସାର୍କିଲ ରେ 21 ଜଣଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି ! ଏହି ସମୟରେ ବେଗୁନିଆପଡା ବ୍ଲକ ଅଧକ୍ଷ ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ତହସିଲଦାର ସସ୍ମିତା ଶତପଥୀ, ଜିପିଈଓ ଅଶୋକ କୁମାର ଜେନା, ବି ଏସ ଏସ ଓ ଅରୁଣ କୁମାର ନାୟକ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ଆର ଆଇ, ପି ଇ ଓ, ହିତାଧିକାରୀ ଉପସ୍ଥିତ ଥିଲେ !