ଲଗାଣ ବର୍ଷାରେ ବେହାଲ ଟୁଇନ ସିଟି । ଗତ ଦୁଇଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଗତକାଲି ବର୍ଷାର ମାତ୍ରା ଅତି ପ୍ରବଳ ଥିଲା । ଭୁବନେଶ୍ୱର ଓ କଟକର ଗଳିକନ୍ଦିରେ ଆଣ୍ଠୁଏ ଉଚର ପାଣି ଠିଆ ହୋଇରହିଥିଲା । ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକଙ୍କ ଘରଭିତରେ ପାଣି ପସିଯାଇଥଲା ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର, କଟକ ଓ ଖୋର୍ଧାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।