ଲକଡାଉନ : ଗାଁଠୁ ସହର ସବୁଠି ଶୂନ୍‌ଶାନ୍‌

0

ଭୁବନେଶ୍ୱର : କରୋନାକୁ କାବୁ କରିବା ପାଇଁ ଲାଗୁ ହୋଇଛି ଲକଡାଉନ । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ଆଉ ଏହାକୁ ସମର୍ଥନ କରି ପୁରା ଓଡ଼ିଶାବାସୀ ଘରୁ ବାହାରକୁ ବାହାରି ନାହାଁନ୍ତି, ବରଂ ଘରେ ରହିଛନ୍ତି । ସେ ରାଜଧାନୀ ଭୁବନେଶ୍ୱର ହେଉ କି ଗାଁ ଗହଳି ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନପଡିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ଆଜି ଏହି ଲକଡାଉନକୁ ଲୋକେ ବିପୁଳ ଭାବେ ସମର୍ଥନ କରିଛନ୍ତି ।

ରାଜଧାନୀରେ ଲକଡାଉନକୁ ସମର୍ଥନ କରି ଗାଡିମଟର ଚଳାଚଳ ବନ୍ଦ ରହିବା ସହ ସବୁ ଦୋକାନ ବଜାର ବନ୍ଦ ରହିଛି । ଲକଡାଉନକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ସମସ୍ତ ଥାନା ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଘରୁ ନ ବାହାରିବାକୁ କମିଶନର ସହରବାସୀଙ୍କୁ ପରାମର୍ଶ ଦେବା ସହ ପୂରା ସ୍ଥିତି ଉପରେ ନଜର ରଖିବାକୁ ଥାନାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

କଟକରେ ମଧ୍ୟ ରାସ୍ତାଘାଟ ଶୂନଶାନ୍ ଥିବାବେଳେ ବାଦାମବାଡି ବସ୍ ଷ୍ଟପରେ କୌଣସି ବସ ଗନ୍ତବ୍ୟସ୍ଥଳକୁ ଯାଇନାହିଁ । ଲୋକେ ମଧ୍ୟ ସଚେତନ ହୋଇ ଘରୁ ବାହାରକୁ ଜରୁରୀ କାମ ପଡିଲେ ହିଁ ଯାଉଛନ୍ତି, ନଚେତ ଘରେ ରହିବାକୁ ପସନ୍ଦ କରୁଛନ୍ତି । ସେହିପରି ପୁରୀ ବେଳାଭୂମି ଆଜି ଜନଶୂନ୍ୟ ଦେଖିବାକୁ ମିଳିଛି । ଛୋଟବଡ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମୂର୍ଣ୍ଣ ବନ୍ଦ ରହିଛି ।
ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ୱର ଗଞ୍ଜାମ ଜିଲ୍ଲାରେ ଲକଡାଉନ କୁ ଲୋକେ ସମର୍ଥନ କରିଛନ୍ତି । ବିିଭନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More