ରାଜ୍ୟର କେଉଁ ଜିଲ୍ଲାରେ କ’ଣ ରହିବ ମହାବାତ୍ୟା ଅମ୍ଫାନର ସ୍ଥିତି ନଜର ପକାନ୍ତୁ …

0

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ଅମ୍ଫାନର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି । ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି । ଏଥିସହ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ର ଗତିପଥ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ଉପକୂଳ ଆଡ଼କୁ ଅଗ୍ରସର ହେବା ଥିବା ଦୃଷ୍ଟିରୁ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ, ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ଅମ୍ଫାନର ପ୍ରଭାବ ଅନୁଭୂତ ହେବ । ତେବେ, ଆସନ୍ତୁ ଜାଣିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ କେଉଁ ଜିଲ୍ଲାରେ କ’ଣ ରହିବ ଅମ୍ଫାନର ପ୍ରଭାବ …

୧) ଦକ୍ଷିଣ ଉପକୂଳ: ଗଞ୍ଜମ ଓ ଗଜପତି

ଓଡ଼ିଶାର ଦକ୍ଷିଣ ଉପକୂଳପର୍ତ୍ତୀ ଏହି ଜିଲ୍ଲା ଦୁଇଟିରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି (ମେ ୧୯) ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଏଥିସହ ଏହି ଦୁଇ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି ।

୨) ପୂର୍ବ- କେନ୍ଦ୍ରୀୟ ଉପକୂଳ: ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ

ଏହି ସମସ୍ତ ଜିଲ୍ଲାରେ ମେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା । ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି ।

୩) ଉତ୍ତର ଉପକୂଳ: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର

ତେବେ, ଅମ୍ଫାନ ପ୍ରଭାବରେ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ରାଜ୍ୟ ଉତ୍ତର ଉପକୂଳର ଏହି ୪ ଜିଲ୍ଲା। ମେ ୧୯ ତାରିଖ ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୧୬୫ରୁ ୧୭୫ କିଲୋମିଟର ବେଗରେ ବହିବା ସହ ୧୯୫ କିଲୋମିଟର ବେଗରେ ମଧ୍ୟ ପବନ ଝଟକା ଦେଇପାରେ । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅମ୍ଫାନ ରାଜ୍ୟର ଉତ୍ତର ଉପକୂଳ ଦେଇ ଅତିକ୍ରମ କରୁଥିବା ବେଳେ ଉପକୂଳର ଅତି ନିକଟଦେଇ ଗତି କରୁଥିବ ଫଳରେ ଅମ୍ଫାନର ବାହ୍ୟ ବଳୟ ଏହି ସବୁ ଜିଲ୍ଲା ଉପର ଦେଇ ଗତି କରିବ । ସେଥିପାଇଁ ଏହି ସବୁ ଜିଲ୍ଲାରେ ଅଧିକ ପ୍ରଭାବ ଅନୁଭୂତ ହେବା ସହ ପବନର ବେଗ ମଧ୍ୟ ଅଧିକ ରହିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More