ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଏହା ସହ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି , ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି I ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନରେ ଥିଲେ । ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିପରି ୨ ପଜିଟିଭ ଚିହ୍ନଟ ସହ ନୂଆ ଜିଲ୍ଲା ଭାବେ ମାଲକାନଗିରି କରୋନା ମ୍ୟାପ୍‌ରେ ସାମିଲ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି I ଅନ୍ୟପଟେ ଆଉ ଜଣଙ୍କର ଜୀବନ ନେଲା କରୋନା । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More