ରାଜ୍ୟରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ୧୧ କେଭି ତାର ର ସୁଧାର ପାଇଁ ଅଂଟା ଭିଡ଼ିଛି ଶକ୍ତି ବିଭାଗ

0

ରାଜ୍ୟରେ ଯେଉଁଠି ବି ୧୧ କେଭି ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି, ତାର ସୁଧାର ପାଇଁ ଅଂଟା ଭିଡ଼ିଛି ଶକ୍ତି ବିଭାଗ । ରାସ୍ତାକୁ କ୍ରସ କରି ତାର ଯାଇଥିଲେ ଏହାର ଉଚ୍ଚତା ସର୍ବନିମ୍ନ ୨୨ଫୁଟ ହେବା ଆବଶ୍ୟକ । ମୁଖ୍ୟ ରାସ୍ତା କଡ଼ରେ ୧୧କେଭି ତାର ଯାଇଥିଲେ ସର୍ବନିମ୍ନ ୨୦ଫୁଟ ଉଚ୍ଚତା ଏବଂ ଭିତର ରାସ୍ତା କଡ଼ରେ ତାର ଯାଇଥିଲେ ଏହା ସର୍ବନିମ୍ନ ୧୫ ଫୁଟ ଉଚ୍ଚତା ରହିବା ଆବଶ୍ୟକ । ଏହି ବ୍ୟବସ୍ଥା ଅନୁସ।।ରେ ଯେଉଁଠି ଖିଲାପ ହୋଇଛି, ଡ଼ିଭିଜନୱାରୀ ତାର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବାକୁ ସବୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତି ମନ୍ତ୍ରୀ । ଭିଡ଼ିଓ କନଫେରେନ୍ସିଂ ଜରିଆରେ ଶକ୍ତିି ମନ୍ତ୍ରୀ, ସଚିବ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଓପିଟିସିଏଲ୍ ସିଏମ୍‌ଡ଼ି ରାଜ୍ୟର ସବୁ ଜିଲ୍ଲାପାଳ, ଲସ୍‌ପି ଓ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସପ୍ତାହେ ମଧ୍ୟରେ ଡ଼ାଟାବେସ୍ ପ୍ରସ୍ତୁତ ହେବ ଏବଂ ମାସକ ମଧ୍ୟରେ ୧୧କେଭି ତାର ନିରାପଦ ହିସାବରେ ସବୁଠି କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ଘଟଣା ପରେ ଶକ୍ତି ବିଭାଗ ୧୧କେଭି ତାର ଯୋଗୁଁ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More